Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା

Odisha

ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା

Manini Pattanayak
Browse all articles by Manini Pattanayak
·1 year ago
ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା

ପୁରୀ: ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। କେବଳ ଜନହିତକାରୀ ଷ୍ଟଲ ଗୁଡିକ ଅସ୍ଥାୟୀ ଭାବରେ ନିର୍ମାଣ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛି ପୁରୀ ପୌରପାଳିକା।

ରଥଯାତ୍ରା ସମୟରେ ପୁରୀ ବଡ଼ ଦାଣ୍ଡରେ ପୌରପାଳିକାର ନିୟମ ଖିଲାପ କରି ଅସ୍ଥାୟୀ ଷ୍ଟଲ ନିର୍ମାଣ ପ୍ରସଙ୍ଗରେ ଦାୟର ହୋଇଥିବା ମାମଲାରେ ହାଇକୋର୍ଟ ଜବାବ ତଲବ କରିଥିଲେ। ଏ ନେଇ  ସତ୍ୟପାଠ ଦାଖଲ ପାଇଁ ପୁରୀ ପୌରପାଳିକାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ବିଚାରପତି  ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରଜତ କୁମାର ସାହୁଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ କୋର୍ଟ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Business stall not allowed in puri bada danda in ratha yatra time | Argus News