Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାତ୍ର ୩୦ଟଙ୍କା କିଲୋରେ ପିଆଜ ବିକିଲା ଯୁବ କଂଗ୍ରେସ

Ritu Das
Browse all articles by Ritu Das
·2 years ago·1 min read
ମାତ୍ର ୩୦ଟଙ୍କା କିଲୋରେ ପିଆଜ ବିକିଲା ଯୁବ କଂଗ୍ରେସ

ଅର୍ଗସ ବ୍ୟୁରୋ: ମାତ୍ର ୩୦ଟଙ୍କା କିଲୋରେ ପିଆଜ ବିକିଲା ଯୁବ କଂଗ୍ରେସ । ଅହେତୁକ ପିଆଜ ଦର ବୃଦ୍ଧି ବିରୋଧରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ଛକରେ ପିଆଜ ବିକିଲେ ଯୁବ କଂଗ୍ରେସ। ଏହି କାର୍ଯ୍ୟକ୍ରମ ବିଂଝାରପୁର ମହିଳା କଂଗ୍ରେସ ସଭାପତି ସୁଲୋଚନା ଦାସଙ୍କ ନେତୃତ୍ୱରେ ହେଉଥିବା ବେଳେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ଓ ରାଜ୍ୟ ଯୁବ ମହିଳା ସାଧାରଣ ସମ୍ପାଦିକା ବନିତା ଦାସ ସିଂହପୁର ବଜାରରେ ପିଆଜ ଦର କିଲୋ ପିଛା ୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ମାତ୍ର ୩୦ ଟଙ୍କାରେ ପିଆଜ ବିକିଲା ଯୁବ କଂଗ୍ରେସ । 

ପିଆଜ ଦର ବୃଦ୍ଧି ପାଇଁ  ସରକାରଙ୍କ ଅପାରଗତାକୁ ଦାୟୀ କରିଛି ଦଳ । ରାଜ୍ୟରେ ଥିବା ଅଧାରୁ ଅଧିକ ଶୀତଳ ଭଣ୍ଡାର ବନ୍ଦ ହୋଇପଡିଛି । ଚାଷୀଙ୍କୁ ସରକାର ପିଆଜ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉନାହାନ୍ତି । ତେଣୁ ପିଆଜ ଚାଷରୁ ଚାଷୀ ମୁହଁ ଫେରାଉ ଥିବା ବେଳେ ଅନ୍ୟ ରାଜ୍ୟ ଉପରେ ପିଆଜ ପାଇଁ ନିର୍ଭର କରୁଛନ୍ତି ଓଡ଼ିଶା ବାସୀ । ଆଗାମୀ ଦିନରେ  ସରକାର ପିଆଜ ଦର ନିୟନ୍ତ୍ରଣ ନକରନ୍ତି, ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଂଝାରପୁର ଯୁବ କଂଗ୍ରେସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
But the youth congress | Argus News