Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତାକାଲିଠୁ ଧାନ କିଣା , ୨୦୦ଟି ବୃହତ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା

Odisha

ଆସନ୍ତାକାଲିଠୁ ଧାନ କିଣା , ୨୦୦ଟି ବୃହତ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତାକାଲିଠୁ ଧାନ କିଣା , ୨୦୦ଟି ବୃହତ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା

ଅର୍ଗସ ବ୍ୟୁରୋ :  ଆସନ୍ତାକାଲିଠୁ ଧାନ କିଣା । ଏଥିପାଇଁ 200ଟି ବୃହତ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । 3100 ଟଙ୍କାରେ ସବୁ ଧାନ କିଣିବେ ରାଜ୍ୟ ସରକାର। ଆସନ୍ତାକାଲିଠୁ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ସେହିପରି ୨୨ ତାରିଖରୁ ସମ୍ବଲପୁରରୁ ମଧ୍ୟ ଧାନ କିଣା ଆରମ୍ଭ ହେଉଛି । ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଚାଷୀଙ୍କ ଉତ୍ସାହ ବେଶ ବଢିଛି। ମଣ୍ଡିରେ ଚାଷୀଙ୍କ ଯେମିତି କୌଣସି ଅସୁବିଧା ନ ହୁଏ, ସେମିତି ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । କଟନୀ ଛଟନୀକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବେ।

ଅଧିକ ପଢନ୍ତୁ : ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା , ନିଲମ୍ବିତ ହେଲେ ୩ ବନ କର୍ମଚାରୀ

ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ବଚ୍ଛ ଭାବେ କରାଯିବ। ଏଥି ନିମନ୍ତେ ମଣ୍ଡିରେ ନୋଡ଼ାଲ ଅଫିସର, ସୁପରଭାଇଜର ନିଯୁକ୍ତ କରାଯାଇଛି । ତେବେ ବାହାର ବେପାରୀଙ୍କ ଉପରେ ସରକାରଙ୍କ କଡା ନଜର ରହିଛି । ମଣ୍ଡିରେ ସିସିଟିଭି ବ୍ୟବସ୍ଥା ସହ ପ୍ୟାଡି କ୍ଲିନର, ଗ୍ରେନ ଆନାଲାଇଜର, ତାରପୋଲୀନ ବ୍ୟବସ୍ଥା ହୋଇଛି । ସେଥିପାଇଁ ସମସ୍ତ ବିଧାୟକ ସ୍ଥାନୀୟ ନେତୃବୃନ୍ଦମାନଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି । ଚାଷୀମାନେ ମଣ୍ଡିକୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Buy grain from tomorrow, state-of-the-art system in 200 large mandis | Argus News