Videos
|
Odisha

ଆଜିର ଦିନରେ ସୁନା ବା ଧାତୁ କିଣିଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ

Ritu Das
Browse all articles by Ritu Das
·1 year ago·1 min read
ଆଜିର ଦିନରେ ସୁନା ବା ଧାତୁ କିଣିଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ଧନତେରସ । ଏହି ଦିନରେ ସୁନା ବା ଧାତୁ କିଣିଲେ ଘରେ ସୁଖ ସମୃଦ୍ଧି ବଢ଼ିବା ସହ ଲକ୍ଷୀ  ଆସିବେ ବା ଘରେ ଲକ୍ଷ୍ମୀଙ୍କ ବାସ ହୁଏ ବୋଲି  ବିଶ୍ୱାସ  ରହିଛି। ଆଉ ଏହି ବିଶ୍ୱାସକୁ ନେଇ  ଲୋକମାନେ ଆଜିର ଦିନରେ ସୁନା କିଣିଥାନ୍ତି। ତେଣୁ ଏହି ବିଶ୍ୱାସର ସହ ସୁନା କିଣିବାକୁ  ରାଜଧାନୀର ସୁନା ଦୋକାନରେ ଲୋକଙ୍କର ଭିଡ ଲାଗିଥିବା ବେଳେ ମାଲବାର ଶୋରୁମ ରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ଆକର୍ଷଣୀୟ ଡିଜାଇନ ଓ ଅଫର ସହ ଲୋକମାନେ ସୁନା କିଣୁଥିବା ବେଳେ ବ୍ୟବସାୟ ଭଲ ଥିବା କହିଛନ୍ତି ବ୍ୟବସାୟୀ। କିନ୍ତୁ  ୮୨ ହଜାର ସୁନା ଦର  ଆଜି ଦିନରେ ଛୁଇଁଥିବା ବେଳେ ମନପସନ୍ଦ ନୁହେଁ  ବାର ବିଧି ରକ୍ଷା ପାଇଁ ଅଳ୍ପ ସୁନା କିଣିନେଉଥିବା କହିଛନ୍ତି ରାଜଧାନୀବାସୀ । ଖାଲି  ସେତିକି  ନୁହେଁ ସୁନାର ଦାମ  ପକେଟକୁ  ଭାରି ବାଧୁଛି  ବୋଲି କହିଛନ୍ତି  ଗ୍ରାହକ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Buying gold or | Argus News