ସିଏଜି ରିପୋର୍ଟରେ ସ୍ବାସ୍ଥ୍ୟସେବା ବିଡ଼ମ୍ବନାର ଚିତ୍ର

ଅର୍ଗସ ବ୍ୟୁରୋ: ମେଡିକାଲରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ସରକାରୀ ମେଡିକାଲ ରେ ନା ଅଛନ୍ତି ଡାକ୍ତର ନା ଅଛି ରେୋଗୀ ଙ୍କ ପାଇଁ ଶଯ୍ୟା। ସିଏଜି ରିପେୋର୍ଟ ରେ ରାଜ୍ୟ ସ୍ବାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ସାମ୍ନା କୁ ଆସିଛି । ରିପୋର୍ଟ କହୁଛି ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ରୋଗୀ ଙ୍କ ଆବଶ୍ୟକତା ଅନୁସାରେ ୬୪ ପ୍ରତିଶତ ଶଯ୍ୟାର ଅଭାବ ରହିଛି । ଶଯ୍ୟା ଅଭାବ ରୁ ଚିକିତ୍ସା ନ ପାଇ ଫେରି ଯାଉଛନ୍ତି ରୋଗୀ।
ସେହିପରି ଡାକ୍ତର ଙ୍କର ବି ଘୋର ଅଭାଗ ରହିଛି ଆମ ରାଜ୍ୟ ରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୦ ପ୍ରତିଶତ ଡାକ୍ତର ନଥିବା ବେଳେ ଗେୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ୫୮ ପ୍ରତିଶତ ଡାକ୍ତର। ବିଶେଷଜ୍ଞ ଡାକ୍ତର ପଦବୀ ୬୦ ପ୍ରତିଶତ ଖାଲି ପଡିଥିବାରୁ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ରେୋଗୀ । କେବଳ ଡାକ୍ତରଖାନା ନୁହେଁ ମେଡିକାଲ କଲେଜ ରେ ବି ସମାନ ସ୍ଥିତି। ତେବେ ଡାକ୍ତରଖାନାକୁ ୫୩ ପ୍ରତିଶତ ଜରୁରୀ ଓୈାଷଧ ଯୋଗାଣ ନଥିବା ଅଡିଟ ରେ ଦର୍ଶାଇଛନ୍ତି ସିଏଜି। ସେହିପରି କୋଭିଡ ବେଳେ ଘରେୋଇ ମେଡିକାଲକୁ ଦିଆଯାଇଥିବା ଟଙ୍କା ରେ ଅନିୟମିତତାର ଗନ୍ଧ ବାରିଛନ୍ତି ସିଏଜି ।
ସେପଟେ ବିଧାନସଭାରେ ବି ଖାଲି ପଡିଥିବା ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ପଦବୀକୁ ନେଇ ଉଦବେଗ ପ୍ରକାଶ ପାଇଛି । ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇସାରିଥିବା ବେଳେ ଖୁବ ଶୀଘ୍ର 5000 ଡାକ୍ତର, 3000 ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର ବେୋଲି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟ ରେ ୨୪ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡି ସରକାର ର ପରିବର୍ତ୍ତନ ହେୋଇଛି । ଏବେ ନୂଆ ସରକାର ସ୍ବାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମୀକୁ କେତେ ସଜାଡିପାରୁଛନ୍ତି ତାହା ଉପରେ ନଜର।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର