Carbide Ban / ଫଳ ପଚାଇବା ପାଇଁ କାଲସିୟମ୍ କାର୍ବାଇଡ୍ ନିଷେଧ,ଧରାପଡ଼ିଲେ ଜରିମାନା ସହ ଜେଲ୍
·5 months ago·2 min read

Key Points
ଫଳରେ କାର୍ବାଇଡ୍ ମନା
କାର୍ବାଇଡ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ଖାଦ୍ୟ ସୁରକ୍ଷା କମିଶନରମାନଙ୍କୁ FSSAIର ନିର୍ଦ୍ଦେଶ

ଭୁବନେଶ୍ବର,୧୭/୦୪: ଫଳକୁ କୃତ୍ରିମ ଭାବେ ପଚାଇବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ, ଭାରତ ସରକାର ଏବଂ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ତଥା FSSAI ଏଥିପାଇଁ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି। ସରକାର କାଲସିୟମ୍ କାର୍ବାଇଡ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।
ଖାଦ୍ୟ ସୁରକ୍ଷା ଏବଂ ମାନକ ନିୟମାବଳୀ ଅନୁଯାୟୀ, ଫଳ ପଚାଇବା ପାଇଁ କାଲସିୟମ୍ କାର୍ବାଇଡ୍ ବା 'ମସଲା'ର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଯଦି କୌଣସି ବ୍ୟବସାୟୀ ଏହାର ବ୍ୟବହାର କରୁଥିବା ଧରାପଡ଼ନ୍ତି, ତେବେ ତାଙ୍କ ଉପରେ ଭାରୀ ଜରିମାନା ସହ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।
କ୍ୟାଲ୍ସିୟମ କାର୍ବାଇଡ୍ କ୍ୟାନ୍ସର ସୃଷ୍ଟି କାରକ। ଏହା ଶରୀରର ଲିଭର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ। ଏହାର ଅବଶେଷରେ କିଛି ଆର୍ସେନିକ୍ ଓ ଫସ୍ଫୋରସ୍ ହାଇଡ୍ରାଇଡ ଥିବାରୁ ଶରୀରରେ ତରୁଣ ଓ ଦୀର୍ଘକାଳୀନ ରୋଗ ସୃଷ୍ଟିକରେ। ରାସାୟନିକ ପଦାର୍ଥ ଅଧିକ ଥିଲେ ଫୁସ୍ଫୁସ୍ରେ ଜଳ ଜମିଯାଏ। କୃତ୍ରିମ ଭାବରେ ପାଚିଥିବା ଆମ୍ବ ଖାଇଲେ ପାକସ୍ଥଳୀ ଓ ଅନ୍ତଃନଳୀରେ ଯନ୍ତ୍ରଣା ହୁଏ। ଦୀର୍ଘଦିନ ଧରି ଏପରି ଫଳ ଖାଇଲେ ପେଟରେ କ୍ଷତ ଓ ଘାଆ ହୋଇପାରେ। ମଣିଷ ଶରୀରରେ ଏସିଟିଲିନ୍ କମ୍ ମାତ୍ରାରେ ସେତେଟା ବିଷାକ୍ତ ନ ହେଲେ ମଧ୍ୟ ଅଧିକ ମାତ୍ରାରେ ଏହା ଦୀର୍ଘକାଳୀନ ହାଇପୋକ୍ସିଆ ଯୋଗୁ ସ୍ନାୟୁରୋଗ ଏବଂ ମୂର୍ଚ୍ଛାରୋଗ ସୃଷ୍ଟି କରିପାରେ। ଅମ୍ଳଜାନ ଅଭାବ ହେଲେ ଏପରି ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଅଧିକ କ୍ଷତି ପହଞ୍ଚାଇବା ପୂର୍ବରୁ ଆର୍ସେନିକ ଓ ଫସ୍ଫରସ ବିଷ ଚିହ୍ନଟ କରିହୁଏ। ଗର୍ଭବତୀ ମହିଳାଙ୍କର ଗର୍ଭପାତ ମଧ୍ୟ ଏପରି ବିଷ ଯୋଗୁ ହୋଇପାରେ।
ପଢନ୍ତୁ ଏହି ଖବର: ଓଜନ କମେଇବାକୁ କେଉଁଟି ଭଲ ? ଫୁଲକୋବି ନା ବନ୍ଧାକୋବି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
FSSAI ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା କମିଶନରମାନଙ୍କୁ ବଜାର, ଗୋଦାମ ଓ ବିତରକମାନଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ଅବୈଧ ଭାବେ କ୍ୟାଲସିୟମ କାର୍ବାଇଡ୍ କିମ୍ବା ଅନ୍ୟ ରସାୟନ ବ୍ୟବହାର ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଚେତନ କରାଯାଇଛି। ଏହା ସହିତ, ଗୋଦାମ କିମ୍ବା ରାଇପେନିଂ ଚେମ୍ବରରେ ଏସିଟିଲିନ ଗ୍ୟାସ ଚିହ୍ନଟ ପାଇଁ ବିଶେଷ ପରୀକ୍ଷା ପ୍ରଣାଳୀ ବ୍ୟବହାର କରାଯିବ।
ଉପଭୋକ୍ତାମାନେ କେତେକ ନିୟମ ମାନିଲେ ବିପଦମୁକ୍ତ ହୋଇପାରିବେ। ପ୍ରଥମତଃ ବଜାରରୁ ଫଳ ଓ ପନିପରିବା କିଣିଲା ବେଳେ ଦାଗ କିମ୍ବା ଅସ୍ବାଭାବିକ ଚିହ୍ନମୁକ୍ତ ବାଛି କିଣିବା ଆବଶ୍ୟକ। ଦ୍ୱିତୀୟତଃ ପନିପରିବା ରାନ୍ଧିବା ପୂର୍ବରୁ ଓ ଫଳ ଖାଇବା ପୂର୍ବରୁ ଖାଇବା ସୋଡ଼ା କିମ୍ବା କ୍ଲୋରିନ୍ ପାଣି ଦ୍ବାରା ପରିଷ୍କାରକରି ଧୋଇବା ଉଚିତ। କେବେହେଲେ ସାବୁନ ବା ସର୍ଫ ବ୍ୟବହାର କରିବା ଉଚିତ ନୁହେଁ। ତୃତୀୟତଃ ବଜାରରୁ କଟା ପରିବା କିମ୍ବା ପାଚିଲା ଫଳ ନ କିଣିବା ଭଲ। ଚତୁର୍ଥରେ ବନ୍ଧାକୋବି ଇତ୍ୟାଦି ପରିବାର ଉପର ପତ୍ର ବାହାର କରି କେବଳ ଭିତର ପତ୍ର କାଟି ରାନ୍ଧିବା ଆବଶ୍ୟକ। ଆମେ ଯଦି ଖାଇବା ପୂର୍ବରୁ ଫଳକୁ ଭଲ ଭାବରେ ଧୋଇ ଓ ଚୋପା ବାହାରକରି ଖାଇବା ତେବେ ରାସାୟନିକ ପଦାର୍ଥ ଯୋଗୁ ଥିବା ବିପଦ ସର୍ବନିମ୍ନ ହୋଇପାରିବ।

Related Topics
Explore more stories