Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘଷିପୁରା ବିଧାନସଭା  ଆସନରୁ  ଲଢିପାରନ୍ତି  ସୌମ୍ୟ ରଞ୍ଜନ ପଟ୍ଟନାୟକ ! 

Manini Pattanayak
Browse all articles by Manini Pattanayak
·2 years ago·1 min read
ଘଷିପୁରା ବିଧାନସଭା  ଆସନରୁ  ଲଢିପାରନ୍ତି  ସୌମ୍ୟ ରଞ୍ଜନ ପଟ୍ଟନାୟକ ! 

ଭୁବନେଶ୍ୱର:  ଘଷିପୁରା ବିଧାନସଭା  ଆସନରୁ  ଲଢିପାରନ୍ତି  ସୌମ୍ୟ ରଞ୍ଜନ  ପଟ୍ଟନାୟକ ?  ଚୂଡାନ୍ତ ହୋଇନଥିଲେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।  ତେବେ ଆଜି ଏନେଇ  ଇଙ୍ଗିତ  କରିଛନ୍ତି ଖଣ୍ଡପଡା ବିଧାୟକ  ସୌମ୍ୟରଞ୍ଜନ।  ଘଟଗାଁ ମା ତାରିଣୀଙ୍କ ଦର୍ଶନ  ଅବସରରେ  ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି।  ଏଠାରୁ ଲଢିବା ପାଇଁ  ଏ ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ  ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି ବୋଲି କହିଛନ୍ତି ସୌମ୍ୟ।   ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା'ଙ୍କ ଦର୍ଶନ  କରିବାକୁ ଆସିଛି ବୋଲି କହିଛନ୍ତି ସୌମ୍ୟ। ତେବେ ଖଣ୍ଡପଡା  ସମ୍ପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଇଛନ୍ତି ସୌମ୍ୟ।  କହିଛନ୍ତି ବିଜେଡି ଏଯାଏଁ ଖଣ୍ଡପଡା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।  କାହିଁକି ପ୍ରାର୍ଥୀ ଘୋଷଣା କରିନି ? କଣ ରହସ୍ୟ  ରହିଛି ବୋଲି କହିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ।

ସୂଚନାମୁତାବ,   ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଘଟଗାଁ କୁ ଦର୍ଶନ କରିବା ପାଇଁ ଆସିଥିବାବେଳେ ଘସିପୁରା ନିର୍ବାଚନ ମଣ୍ଡଳୀ ର ରାମଚନ୍ଦ୍ରପୁର, ଖଲଣା, ବରପଦା, ସୁଆଁପଦା, ହସନପୁର ଠାରେ ଶହଶହ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗତ କିଛିଦିନ ଧରି ଘସିପୁରା ଏବଂ ଘଟଗାଁ ବ୍ଲକ ର ଅନେକ ଲୋକ ଭୁବନେଶ୍ବର ଯାଇ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ଭେଟିବା ସହ ଘସିପୁରା ନିର୍ବାଚନ ମଣ୍ଡଳୀ ର ଦାୟିତ୍ୱ ନେଇ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରୁଥିଲେ । ନିର୍ବାଚନ ଲଢ଼ିବା ନେଇ  ଦିନେ ଦୁଇଦିନରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି । ଦଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ଓଡ଼ିଆ  ଅସ୍ମିତା ସହ ସାଧାରଣ ଲୋକଙ୍କର ସ୍ନେହ ଶ୍ରଦ୍ଧା ଓ ଭଲପାଇବା ମୋତେ ଏଠାକୁ ଟାଣି ଆଣିଛି ଆଗାମୀ ଦିନରେ ଯାହା ହେବ ଭଲ ହେବ ଆପଣ ମାନେ ଜାଣି ପାରିବେ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can Soumya Ranjan Pattanaik fight from Ghashipura assembly seat? | Argus News