Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାତ୍ର କେଇ ସେକେଣ୍ଡ ମଧ୍ୟରେ ଚିହ୍ନଟ ହବ କର୍କଟ ରୋଗ

Odisha

ମାତ୍ର କେଇ ସେକେଣ୍ଡ ମଧ୍ୟରେ ଚିହ୍ନଟ ହବ କର୍କଟ ରୋଗ

Jitendra Dash
Browse all articles by Jitendra Dash
·2 years ago·1 min read
ମାତ୍ର କେଇ ସେକେଣ୍ଡ ମଧ୍ୟରେ ଚିହ୍ନଟ ହବ କର୍କଟ ରୋଗ

ଅର୍ଗସ ବ୍ୟୁରୋ : ଦିନକୁ ଦିନ ପାଣିପାଗରେ ପରିବର୍ତ୍ତନ ଦେଖାଯାଉଛି । ଯାହାର ପ୍ରଭାବ ସିଧାସଳଖ ମନୁଷ୍ୟର ନୀତି ଦିନର ଖାଦ୍ୟପେୟ ଉପରେ ପ୍ରଭାବ ପକାଉଛି । ଘରେ ଘରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । ଡାଇବେଟିସ, ମ୍ୟାଲେରିଆ, ଗର୍ଭ ପରୀକ୍ଷା ଭଳି ଖୁବ କମ ସମୟରେ ଚିହ୍ନଟ ହେବ କର୍କଟ । ଏକ "ପୋର୍ଟବଲ କ୍ୟାନ୍ସର ଡାଇଗ୍ନଷ୍ଟିକ ଡିଭାଇସ" ଦ୍ୱାରା ଜାଣିହେବ ଜଣେ ବ୍ୟକ୍ତିଙ୍କୁ କ୍ୟାନ୍ସର ହୋଇଛି କି ନାହିଁ ।ଏଭଳି ଏକ ପୋର୍ଟବଲ ମେସିନର ଉଦ୍ଭାବନ ର ଶେଷ ପର୍ଯ୍ୟାୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ।

ରକ୍ତ, ଲାଳ ଓ ଟିସୁ ନମୁନାରୁ କିପରି କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ସହଜରେ ଓ କମ ସମୟରେ ଜାଣିହେବ ସେଥିପାଇଁ ବିଭାଗର ଅଧ୍ୟାପକ ଓ ଗବେଷଣା ରତ  ୬ ଜଣ PHD ଛାତ୍ରଛାତ୍ରୀ ଏହା ଉପରେ ଦିନରାତି ଗବେଷଣା ଜାରି ରଖିଛନ୍ତି । ଆଉ ଏହାର ବିଚାରଧାର ଓ ଡିଜାଇନ ପେଟେଣ୍ଟ ହୋଇ ସାରିଥିବା ବେଳେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଡ. ଲୁନା ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରୀକ୍ଷାଗାରରେ ଏହି ଉପକରଣର ପରୀକ୍ଷଣ ଚାଲିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେତେବେଳେ କ୍ୟାନ୍ସର ଭଳି ଦୂରାରୋଗ୍ୟର ପରୀକ୍ଷା କରିବା ସମୟ ସାପେକ୍ଷ ଓ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ସେଭଳି ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ ସମ୍ଭାବନା ଅନେକଙ୍କ ପାଇଁ ବରଦାନ ହେବ । ଗବେଷଣା କରୁଥିବା ଛାତ୍ର ଛାତ୍ରୀ କୁହନ୍ତି । ଆମେ ଆଶା କରିବା ଖୁବଶୀଘ୍ର ଏଭଳି ଡିଭାଇସର ଉଦ୍ଭାବନ ହେଉ, ଯାହାକି ଓଡିଶା, ଭାରତ ଓ ବିଶ୍ୱର ପ୍ରଥମ କର୍କଟ ରୋଗ ଚିହ୍ନଟରେ ସହାୟକ ହେବ ।
 

Sponsored
Cancer can be detected within seconds | Argus News