Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟେଣୁଆକୁ ବେଙ୍ଗନାଳ ଚିନ୍ତା, ନାଳ ଉପରେ ହେଇପାରୁନି ପୋଲ

Odisha

ଟେଣୁଆକୁ ବେଙ୍ଗନାଳ ଚିନ୍ତା, ନାଳ ଉପରେ ହେଇପାରୁନି ପୋଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟେଣୁଆକୁ ବେଙ୍ଗନାଳ ଚିନ୍ତା, ନାଳ ଉପରେ ହେଇପାରୁନି ପୋଲ

ଅର୍ଗସ ବ୍ୟୁରୋ:  ଟେଣୁଆକୁ ବେଙ୍ଗନାଳ ଚିନ୍ତା। ନାଳ ଉପରେ ହେଇପାରୁନି ପୋଲ। ବର୍ଷ ତମାମ ପାଣି ମଧ୍ୟ ଦେଇ ନାଳ ପାର କରୁଛନ୍ତି ଅଞ୍ଚଳବାସୀ। 
ଅବହେଳିତ ଗାଁ ଟେଣୁଆ। ୧୯୭୬ ପରେ ଆଜି ଯାଏଁ ଗାଁକୁ ପଡିନି ବିଧାୟକ କି ମନ୍ତ୍ରୀଙ୍କ ପାଦ। ୨୪ ବର୍ଷର ସରକାରରେ ଗାଁକୁ ନା ଅଛି ଖଣ୍ଡେ ପାଦ ଚଲା ରାସ୍ତା ନା ଗ୍ରାମବାସୀଙ୍କୁ ମିଳିଛି ସରକାରୀ ଯୋଜନା । ଏ ହେଉଛି ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମପଞ୍ଚାୟତର ଟେଣୁଆ ଗାଁର ଦୃଶ୍ୟ। ଗାଁରେ ଥିବା ବେଙ୍ଗ ନାଳ ଉପରେ ପୋଲ ଟିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏହି ରାସ୍ତା ଦେଇ ପ୍ରତିଦିନ ହିନ୍ଦୋଳ ନିର୍ବାଚନୀ ମଣ୍ଡଳୀ ଓ ସଦର ନିର୍ବାଚନୀ ମଣ୍ଡଳର ଶତାଧିକ ଲୋକ ଯାତାୟାତ କରନ୍ତି।

ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ।କେବଳ ରାସ୍ତା ନୁହେଁ ପାନୀୟ ଜଳ ପାଇଁବି ପ୍ରତିଦିନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁ ଲୋକେ। ପାଣି ଟିକିଏ ପାଇଁ ମାଇଲ ମାଇଲ ବାଟ ଚାଲୁଛନ୍ତି । ସେଭଳି ଗାଁ ଲୋକେ ଆଜିବି ଆବାସ ଘର ପାଇନାହାନ୍ତି। ପକ୍କାଘର, ପାନୀୟ ଜଳ , ରାସ୍ତା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ଥକି ଯାଇଥିଲେବି କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।୨୪ ବର୍ଷର ସ୍ଥିର ସରକାରରେ ଆଜିବି ମୌଳିକ ସୁବିଧାରୁ ବଚିଂତ ଗ୍ରାମବାସୀ। ବାରମ୍ବାର ଦାବି ସତ୍ବେ ନିହାବିଷ୍ଣୁ ସାଜିଛନ୍ତି ସରକାରୀ ବାବୁ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଆଗାମୀ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can't get a pole on the canal | Argus News