Videos
|
Odisha

Drunk Driving Cases / ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ୍‌ ରନ୍‌.ଡିଜି କହିଲେ ମଦ ଯୋଗୁଁ ହେଉଛି ହିଟ୍ ଆଣ୍ଡ୍ ରନ୍

Bikash Mohanty
Browse all articles by Bikash Mohanty
·3 hours ago·1 min read
ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ୍‌ ରନ୍‌.ଡିଜି କହିଲେ ମଦ ଯୋଗୁଁ ହେଉଛି ହିଟ୍ ଆଣ୍ଡ୍ ରନ୍
HIT AND RUN

Key Points

ରାଜଧାନୀରେ ପୁଣି ଏକ ହିଟ୍ ଆଣ୍ଡ୍ ରନ୍
SUV ଧକ୍କାରେ ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର
ମଦ୍ୟପାନ ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି
ପୋଲିସ ଡିଜି ବିନୟତେୋଷ ମିଶ୍ରଙ୍କ ସୂଚନା 
ଭୁବନେଶ୍ବର,୧୬/୧୦: ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍ । SUV ଧକ୍କାରେ ଜଣେ ଗୁରୁତର । ଏକ କଳା ରଙ୍ଗର ଏସୟୁଭି କାର୍ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଗୁରୁତର ଆହତ ବ୍ୟକ୍ତିଜଣକ ଭରତପୁର ସାଂପୁର ଅଞ୍ଚଳର ବିଭୂତି ଭୂଷଣ ଚଇନି ବୋଲି ଜଣାପଡ଼ିଛି। ସେ ମିଠା କିଣି ରାସ୍ତା ପାର୍ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେଠାରେ ସେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାକୁ ନେଇ ନୟାପଲ୍ଲୀ ଥାନା ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ରାଜଧାନୀରେ ଗୋଟିଏ ପରେ ଗୋଟିଏ ସଡ଼କ ଦୁର୍ଘଟଣା କମିଶନରେଟ୍ ପୋଲିସ ପାଇଁ ଚିନ୍ତା ବଢାଇଛି ।

ପଢନ୍ତୁ ଏହି ଖବର: ଚେକିଂ ବାହାନାରେ NH-୧୬ରେ ସ୍କୁଟି ଅଟକାଇଲେ, ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ପକାଇ କାନଫୁଲ ନେଇଗଲେ

ହିଟ୍ ଆଣ୍ଡ ରନ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ହିଟ୍ ଆଣ୍ଡ ରନ୍‌ର ମୁଖ୍ୟ କାରଣ ହେଉଛି ମଦ । ମଦ୍ୟପାନ ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି । ଆମେ ଲୋକଙ୍କୁ ସଚେତନ କରୁଛୁ । ଲାଇସେନ୍ସ ଯେଉଁମାନେ ପାଉଛନ୍ତି ସେମାନେ ଦାୟିତ୍ଵର ସହ ଗାଡି ଚଳାଇବା କଥା । ଗତ ଦୁଇ ବର୍ଷ ହେଲା ଆମେ ଏନଫୋର୍ସମେଣ୍ଟ ବଢାଇଛୁ । ଅମାନିଆଙ୍କ ଲାଇସେନ୍ସ ରଦ୍ଦ ପାଇଁ ପରିବହନ ବିଭାଗକୁ ବି ରିପୋର୍ଟ ଦିଆଯାଉଛି ବୋଲି ଡିଜିପି କହିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: