Videos
|
Odisha

Robbery / ଚେକିଂ ବାହାନାରେ NH-୧୬ରେ ସ୍କୁଟି ଅଟକାଇଲେ, ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ପକାଇ କାନଫୁଲ ନେଇଗଲେ

Sushanta Sahoo
Browse all articles by Sushanta Sahoo
·49 mins ago·2 min read
ଚେକିଂ ବାହାନାରେ NH-୧୬ରେ ସ୍କୁଟି ଅଟକାଇଲେ, ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ପକାଇ କାନଫୁଲ ନେଇଗଲେ
Woman Robbed After Chemical Powder Attack

Key Points

ଜାତୀୟ ରାଜପଥରେ ପୋଲିସ ଲୋକଙ୍କୁ ଭୂଆଁ ବୁଲାଇ ଲୁଟ୍ କରୁଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଖଲ୍ଲିକୋଟରୁ ଖୋର୍ଦ୍ଧା ବାଲୁଗାଁ ଜାତୀୟ ରାଜପଥ ୧୬ରେ ଏଭଳି ଅଭିନବ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି ।
ଛତ୍ରପୁର (ଗଞ୍ଜାମ): ପାର୍ବଣ ଋତୁ ପାଇଁ ସଜାଗ ପୋଲିସ । ସୁରକ୍ଷା ବ୍ୟବସ୍ଥା ହୋଇଛି କଡ଼ାକଡ଼ି । ହେଲେ ଜାତୀୟ ରାଜପଥରେ ପୋଲିସ ଲୋକଙ୍କୁ ଭୂଆଁ ବୁଲାଇ ଲୁଟ୍ କରୁଛନ୍ତି ଦୁର୍ବୃତ୍ତ । ଗଞ୍ଜାମ ଖଲ୍ଲିକୋଟରୁ ଖୋର୍ଦ୍ଧା ବାଲୁଗାଁ ଜାତୀୟ ରାଜପଥ ୧୬ରେ ଏଭଳି ଅଭିନବ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି ।

ଖଲ୍ଲିକୋଟ ଅଞ୍ଚଳର ଦମ୍ପତି ଚିକିତ୍ସା ଲାଗି ବାଲୁଗାଁ ଆସୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି । ଖଲ୍ଲିକୋଟ ଥାନା ବିକ୍ରମପୁର ଗାଁର କମା ଗୌଡ଼ ଓ ତାଙ୍କ ସ୍ୱାମୀ ଏକ ସ୍କୁଟିରେ ଚିକିତ୍ସା ପାଇଁ ବାଲୁଗାଁ ଯାଉଥିଲେ । ବାଲୁଗାଁ ଯିବାବେଳେ କମାଙ୍କ ଠାରୁ ୫୦ ହଜାର ମୂଲ୍ୟର କାନ ଫୁଲ୍ ଲୁଟ୍ ହୋଇଛି ।

ଏଥିସହ ପଢ଼ନ୍ତୁ: ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ବନ୍ଦ କରିଥିଲେ, ଆଇନମନ୍ତ୍ରୀଙ୍କ ବୟାନ 

ବାଲୁଗାଁ ଥାନାରେ ଦମ୍ପତି କରିଥିବା ଅଭିଯୋଗ ଅନୁଯାୟୀ, ବାଲୁଗାଁ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ଯୁବକ ପୋଲିସ ପୋଷାକ ପିନ୍ଧି ସେମାନଙ୍କ ଗାଡ଼ିକୁ ଅଟକାଇଥିଲା । ଦଶହରା ପାଇଁ ସ୍ପେସିଆଲ ଚେକିଂ ଚାଲିଛି ଏବଂ ସ୍କୁଟିରେ ଲାଇଟ୍ ଲାଗିଥିବାରୁ ୫୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ ବୋଲି ସେ ଧମକ ଦେଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଜକୁ ଛତ୍ରପୁର RTO ଅଫିସ୍‌ର ସ୍କ୍ଵାଡ୍ ବୋଲି ନିଜ ପରିଚୟ ଦେଇ ଦମ୍ପତିଙ୍କୁ ଭୟଭୀତ କରାଇଥିଲା ଛଦ୍ମବେଶୀ । ମହିଳା ଜଣଙ୍କ ଚିକିତ୍ସା ପାଇଁ ଯାଉଥିବା କହିବାରୁ ପୋଲିସ ବେଶରେ ଥିବା ଯୁବକ ଜଣଙ୍କ କହିଥିଲା ସ୍କୁଟି ନେଇଗଲେ ଫାଇନ ଲାଗିଯିବ, ତେଣୁ ସ୍କୁଟି ରଖିଦିଅ... ମୁଁ ବାଇକ୍‌ରେ ନେଇଯିବି ।

ବାଇକ୍‌ରୁ ଓହ୍ଳାଇ ଆଖିକୁ ଫିଙ୍ଗିଦେଲା ଗୁଣ୍ଡ

ସ୍ୱାମୀଙ୍କୁ ସ୍କୁଟି ପାଖରେ ଛାଡ଼ି ମହିଳାଙ୍କୁ ନିଜ ବାଇକରେ ବସାଇ ନେଇଥିଲା ଯୁବକ ଜଣଙ୍କ । କିଛି ବାଟ ଯିବା ପରେ ଆଗରେ ମହିଳା DSP ସୁନାରୁପା ଚେକିଂ କରୁଥିବା କହିଥିଲା । ଫଳରେ ଭୟରେ ମହିଳା ଜଣଙ୍କ କାନରୁ କାନଫୁଲ କାଢ଼ି ଦେଇଥିଲେ । ସଙ୍ଗେ ସଙ୍ଗେ ଯୁବକ ଜଣଙ୍କ ବାଇକ ଅଟକାଇ ପକେଟରୁ ଏକ ପଲିଥିନ୍ ବାହାର କରି ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ଫିଙ୍ଗି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଜିତିବା ପରେ ଭୋଟର୍‌ଙ୍କୁ ଧମକ; ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଲେ BJD ବିଧାୟକଙ୍କ ପୁଅ ! 

ମହିଳା ଜଣଙ୍କ କିଛି ଦେଖି ନ ପାରିବାର ସୁଯୋଗ ନେଇ ଲୁଟେରା ଜଣଙ୍କ ୫୦ ହଜାର ଟଙ୍କା ମୂଲ୍ୟର ସୁନା କାନଫୁଲ ଧରି ସେଠାରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ପରେ ମହିଳା ଜଣଙ୍କ ଚାଲି ଚାଲି ଆସି ସ୍ୱାମୀଙ୍କୁ ସମସ୍ତ ଘଟଣା ଜଣାଇବା ପରେ ଉଭୟ ବାଲୁଗାଁ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ଛାନଭିନ୍ ଆରମ୍ଭ କରିଛି ।