Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

Odisha

ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

Smruti Parija
Browse all articles by Smruti Parija
·2 years ago·1 min read
ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

ଭୁବନେଶ୍ୱର:  ପ୍ରବଳ ଖରା ଓ ହିଟ ୱେଭ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ ହୋଇଛି । ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ 10 ଟି ବେଡ଼୍ ମହଜୁଦ ରଖାଯାଇଛି । ଏହାସହ ଖରାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ 3 ଟି ors କର୍ଣ୍ଣର ଖୋଲା ଯାଇଛି ଯେଉଁଠି ors ପାଣି ଦିଆ ଯାଉଛି । 

ତାତିରେ ସିଝୁଛି ସାରା ଓଡ଼ିଶା

ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ, ଛତା, ଓଦା ଗାମୁଛା ନେବା ପାଇଁ ନିବେଦନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡ଼ାଇରେକ୍ଟର ଲଷ୍ମୀଧର ସାହୁ । ଯଦି ଖରାରେ ମୁଣ୍ଡ ବୁଲାଉଛି ତେବେ ପ୍ରାଥମିକ ଚିକିତ୍ସା ସ୍ୱରୂପ ପ୍ରଥମେ ଓଦା କପଡ଼ାରେ ମୁଣ୍ଡ ପୋଛିବା ସହ ,ଲେମ୍ୱୁ ଲୁଣ,ଚିନି ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଶରୀରରୁ ଝାଳ ବାହାରିଲେ ସୋଡିୟମ ଲେବୁଲ କମି ଯାଏ । ତେଣୁ ଖରା ଦିନରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ବି କଲବଲ କରିବ ତାତି

ତାତିରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା। ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା।  ଆଗକୁ ଆହୁରି ଅଣାୟତ୍ତ କରିବ ଖରା ବୋଲି ସତର୍କ କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛ । 

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତକାଲି ୬ଟି ସହରରେ ତାପମାତ୍ରା ୪୧ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା । ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୧.୮ ଡିଗ୍ରୀ ରେକର୍ଡ ହୋଇଥିଲା । 
 

Sponsored
capital-hospital-get-ready-to-combat-heat-stroke | Argus News