Capital Region Ring Road / ଆରମ୍ଭ ହେବ କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ କାମ, ଖର୍ଚ୍ଚ ହେବ ୮ ହଜାର କୋଟି
·5 months ago·2 min read

Key Points
କମିବ ଟ୍ବିନ ସିଟିର ଭିଡ଼
ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ
୩ ପର୍ଯ୍ୟାୟରେ ହେବ ୧୧୧ କି.ମି. ରାସ୍ତା
ଆରମ୍ଭ ହେବ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ କାମ
୩ ପର୍ଯ୍ୟାୟରେ ହେବ ୧୧୧ କି.ମି. ରାସ୍ତା
ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ କାମ । ଖୋର୍ଦ୍ଧା ରାମେଶ୍ୱରରୁ ଏହି ରାସ୍ତା ବାହାରି ବିଲିପଡ଼ା ପର୍ଯ୍ୟନ୍ତ ଯିବ । ଏହି ରିଙ୍ଗ୍ ରୋଡ୍ ଫଳରେ ଟ୍ଵିନ୍ ସିଟିରୁ ଭିଡ଼ ମଧ୍ୟ କମିବ । କେବଳ ଭୁବନେଶ୍ବର କିମ୍ବା କଟକ ନୁହେଁ ଖୋର୍ଦ୍ଧାବାସୀ ବି ହେବେ ଉପକୃତ । ବର୍ତ୍ତମାନ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ମଞ୍ଜୁରୀ ମିଳିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ।
ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ କାମ । ଖୋର୍ଦ୍ଧା ରାମେଶ୍ୱରରୁ ଏହି ରାସ୍ତା ବାହାରି ବିଲିପଡା ପର୍ଯ୍ୟନ୍ତ ଯିବ । ଟ୍ଵିନ ସିଟିରୁ କମିବ ଭିଡ଼ । ଖୋର୍ଦ୍ଧାବାସୀ ବି ହେବେ ଉପକୃତ । ବର୍ତ୍ତମାନ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ମଞ୍ଜୁରୀ ମିଳିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ।
୧୧୧ କିଲୋମିଟର ଏହି ରାସ୍ତା ତିନୋଟି ପର୍ଯ୍ୟାୟରେ କାମ ହେବ । ଏଥିପାଇଁ ମୋଟ ୮ ହଜାର ୩ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଅଢେଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଟ୍ରାଫିକ ଭିଡ଼ ହ୍ରାସ କରିବାରେ ଏହି ପ୍ରକଳ୍ପ ବେଶ ସହାୟକ ହେବ । ବିଶେଷକରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ରାସ୍ତାରୁ ଭିଡ଼ ହ୍ରାସ ପାଇବ । ଏହି ପ୍ରକଳ୍ପକୁ ନେଇ ପରିବେଶ ସମେତ ଅନ୍ୟାନ୍ୟ ମଞ୍ଜୁରୀ ମିଳିସାରିଛି । ଏଥିରେ ୧୨୫ ଅଣ୍ଡାରପାସ, ୩୦୦ କଲଭର୍ଟ ନିର୍ମାଣ କରାଯିବ ।
ଏହା ହେଉଛି ଆକ୍ସେସ କଣ୍ଟ୍ରୋଲ ଗ୍ରୀନ ଫିଲ୍ଡ ପ୍ରକଳ୍ପ । ଏଥିରେ ସୀମିତ ସଂଖ୍ୟାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥା ରହିବ । ଅର୍ଥାତ ଗୋଟିଏ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନକୁ ମିଶାଇ ମୋଟ ୮ଟି ସ୍ଥାନରେ ପଥଚାରୀମାନେ ପ୍ରବେଶ ପ୍ରସ୍ଥାନ କରିପାରିବେ । ଏହାଦ୍ୱାରା ଅଯଥା ଟ୍ରାଫିକ ଭିଡ଼ ସୃଷ୍ଟି ହେବ ନାହିଁ । ଲୋକମାନେ କମ୍ ସମୟରେ ଓ ବିନା ଭିଡରେ କେମିତି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ, ତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆପଣାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories