Videos
|
Odisha

Capital Unsafe Again / ରାଜଧାନୀରେ ଲଜ୍ୟାରେ ଲାଗୁନି ବ୍ରେକ୍‌, ୧୦ ଦିନରେ ୨ଟି ଗଣଦୁଷ୍କର୍ମ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ରାଜଧାନୀରେ ଲଜ୍ୟାରେ ଲାଗୁନି ବ୍ରେକ୍‌, ୧୦ ଦିନରେ ୨ଟି ଗଣଦୁଷ୍କର୍ମ
Bhubaneswar Rape

Key Points

ବର୍ଷ ଶେଷରେ ଅଶାନ୍ତ ହେଉଛି ରାଜଧାନୀ 
୧୦ ଦିନ ଭିତରେ ଦୁଇ ଦୁଇଟି ଗଣଦୁଷ୍କର୍ମ ମାମଲା
ସହିଦନଗରରେ ଚାକିରି ବାହାନାରେ ଭଡ଼ା ଘରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ
ବର୍ଷ ଶେଷରେ ଅସୁରକ୍ଷିତ ହେଉଛି ରାଜଧାନୀ । ଗତ ଦଶ ଦିନ ଭିତରେ ଦୁଇ ଦୁଇଟି ଗଣଦୁଷ୍କର୍ମ ମାମଲା । ସହିଦନଗରରେ ଚାକିରି ବାହାନାରେ ଭଡ଼ା ଘରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣା ଏବେ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧି ତନାଘନା ଜାରି ରଖିଛି ପୋଲିସ୍ । ସେପଟେ କିଛିଦିନ ତଳେ ଧଉଳି ଥାନା ଦୟା ନଦୀ କୂଳରୁ ସାମ୍ନାକୁ ଆସିଥିଲା ସମାନ ଛାତିଥରା ଘଟଣା ।

ରାଜଧାନୀରେ ଲଜ୍ୟାରେ ଲାଗି ପାରୁନି ବ୍ରେକ୍‌ । ୧୦ ଦିନରେ ୨ଟି ଗଣ ଦୁଷ୍କର୍ମ । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ପଦାରେ ପଡ଼ିଲା ପୋଲିସର ପାରିବା ପଣିଆ । ଆକ୍ଟିଭ ଅପରାଧୀ, ଡି ଆକ୍ଟିଭ ପୋଲିସ । ୧୮ ତାରିଖ ଅପରାହ୍ନ ୨ଟା । ଚାକିରୀ ଦେବା ନାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁଇ ଯୌନ ପିପାସୁ । ଡାଟା ଏଣ୍ଟ୍ରି ଚାକିରୀ ଦେବା ନାଁରେ ହଷ୍ଟେଲରେ ଘଟାଇଥିଲେ କୁକର୍ମ । କୌଶଳକ୍ରମେ ନାବାଳିକା ଖସି ଆସି ସହିଦନଗର ଥାନାରେ ଅଭିଯୋଗ କରିଥିଲେ ।

ଆଉ ଏହା ପରେ ଘଟଣାର ତ୍ବରିତ ତଦନ୍ତ କରି ଦୁଇ ଯୌନ ପିପାସୁଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ରାଉତ ଏବଂ ସାହିଲ ଖାନକୁ BNSର ଦଫା 70(2) ଏବଂ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସେପଟେ ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ରେଡ୍‌ ଫ୍ଲାଗରେ ଅନ୍ତର୍ଭୁକ୍ତ କରିଛି ପୋଲିସ । CAW ସହିଦନଗର ଥାନାରୁ ସମସ୍ତ ତଥ୍ୟ ନେଇଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ଡିଜିଙ୍କ ତତ୍ତ୍ବାବଧାନରେ ଘଟଣାକୁ ନିରୀକ୍ଷଣ କରାଯିବ । କମିସନରେଟ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ତେବେ ଏଠି ପ୍ରଶ୍ନ ଉଠୁଛି କେତେଜଣଙ୍କୁ ଏହିଭଳି ଚାକିରୀ ଦେବାକୁ କହି କୁକର୍ମ ଘଟାଇଛନ୍ତି ଅଭିଯୁକ୍ତ ? ଅଭିଯୁକ୍ତ ଅକ୍ଷୟ ପୀଡିତାଙ୍କୁ ଆଗରୁ ଚିହ୍ନିଥିବା ବେଳେ ଏହାର ସୁଯୋଗ ନେଲେ କି ଅପରାଧୀ ? ସେପଟେ ଜୟଦେବ ବିହାର ଭଳି ଏକ ଶିକ୍ଷିତ ଓ ସମ୍ଭ୍ରାନ୍ତ ସ୍ଥାନରେ ଏଭଳି ଘଟଣାକୁ ସହଜରେ କେହି ବିଶ୍ୱାସ କରିପାରିନାହାନ୍ତି । ଅଭିଯୁକ୍ତଙ୍କ ରୁମ୍‌ ମେଟ୍‌ ମଧ୍ୟ କେସରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଗତ ୪ ମାସ ମଧ୍ୟରେ ରାଜଧାନୀରେ ଘଟିଛି ୩ଟି ଗଣ ଦୁଷ୍କର୍ମ ଘଟଣା । ଘଟଣା ନମ୍ବର ୧ । ସେପ୍ଟେମ୍ବର ୧୪ ତାରିଖରେ ଗାଡ଼କଣ ଅଞ୍ଚଳରେ ଲଜ୍‌ ଭିତରେ ନିଶା ଦେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଯୁବତୀଙ୍କ ପୁରୁଷ ବନ୍ଧୁ ଚନ୍ଦନ ହାତୀ, ଲଜ୍‌ ମାଲିକ ରାଜେଶ ଦାସ ଏବଂ ଅନ୍ୟଜଣେ ଅଭିଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ଗୀତ ସୁଟିଂ କରିବାକୁ ଡାକି ଲଜ୍‌ ଭିତରେ ଗଣ ଦୁଷ୍କର୍ମ କରିଥିଲେ ତିନ ଅଭିଯୁକ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ନମ୍ବର (୨) ଡିସେମ୍ବର ୧୦ ତାରିଖ । ଧଉଳି ଥାନା ଦୟାନଦୀ କୂଳରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ମାଡ଼ ମାରି ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । କୁକର୍ମ ବେଳର ସମସ୍ତ ଚିତ୍ର ମୋବାଇଲରେ ସୁଟ୍‌ କରିଥିଲେ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି ସମେତ ବିଭୁ ପ୍ରସାଦ ମିଶ୍ର ଏବଂ କାଳନ୍ଦୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୋଲିସ । ଏହି ଘଟଣାରେ ଏବେ ବି ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ଘଟଣା ନମ୍ବର ୩ । ଡିସେମ୍ବର ୧୯ ତାରିଖ । ନାବାଳିକାଙ୍କୁ ଚାକିରୀ ଦେବାକୁ କହି ହଷ୍ଟେଲରେ ଗଣ ଦୁଷ୍କର୍ମ କରିଥିଲେ ୨ ଅଭିଯୁକ୍ତ । ଅକ୍ଷୟ ରାଉତ ଏବଂ ସାହିଲ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।

ରାଜଧାନୀରେ ବାରମ୍ବାର ଏଭଳି ଘଟଣା ପୁନରାବୃତ୍ତି ହେଉଛି । ନୂଆବର୍ଷ ବଡ଼ଦିନ ପାଇଁ ଛକ ବଜାରରେ ଚେକିଂ ବ୍ଳକିଂ ହେଉଥିଲେ ସୁଦ୍ଧା ଅପରାଧୀ ଏହାକୁ ତିଳେ ମାତ୍ର ଖାତିର କରୁ ନାହାଁନ୍ତି ।

Related Topics

Explore more stories