Videos
|
Odisha

ସଟସର୍କିଟ ଯୋଗୁଁ ଜଳିଲା କାର

Ritu Das
Browse all articles by Ritu Das
·2 years ago
ସଟସର୍କିଟ ଯୋଗୁଁ ଜଳିଲା କାର

ଅର୍ଗସ ବ୍ୟୁରୋ: ମନମୁଣ୍ଡା ତେଲ ନଦୀ ବ୍ରିଜ ଉପରେ ଆଜି ସନ୍ଧ୍ୟା 7ଘଣ୍ଟା ସମୟରେ ଏକ କାର ଜଳୁଥିବା ଦେଖିବାକୁ ମିଳିଥିଲା। ଉକ୍ତ କାରଟି ମନମୁଣ୍ଡା ପଟୁ ସୋନପୁର ଆଡ଼କୁ ଯାଉଥିବା ବେଳେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା। ଖବର ପାଇ ପୋଲିସ ଓ ସୋନପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ସଟସର୍କିଟ୍ ଜନିତ ଅଗ୍ନିକାଣ୍ଡ ବୋଲି ଅନୁମାନ କରାଯାଏ। ଗାଡ଼ିରେ ନିଆଁ ଲାଗିବା ପରେ ଚାଳକ ହଠାତ୍ ଗାଡ଼ିକୁ ଅଟକାଇ ଓହ୍ଲାଇ ପଡ଼ିଥିଲେ।  ଗାଡ଼ି କେଉଁ ଅଞ୍ଚଳର ଓ ଏହାର ମାଲିକ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Car burnt | Argus News