ବିଳମ୍ବିତ ରାତିରେ ଗଛରେ ପିଟି ହେଲା କାର: ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ: ଗତ କାଲି ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗଦେଇ ଫେରୁଥିବାବେଳେ ବାଙ୍କୀରୁ ଆଠଗଡ଼ ଗ୍ରାମକୁ ତିନିଜଣ କାରରେ ଘରକୁ ଫେରୁଥିବା ବେଳେ ରଣଶଙ୍ଖ ଠାରେ ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। କାର ଆଗରେ ବସିଥିବା ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣା ଡ୍ରାଇଭର ଚମ୍ପଟ ମାରିଛି।
ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ କାରରୁ ତାଙ୍କୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: