Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରଲର୍ ପଛରେ ପିଟି ହେଲା କାର: ଜଣେ ମୃତ, ୩ ଆହତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଟ୍ରଲର୍ ପଛରେ ପିଟି ହେଲା କାର: ଜଣେ ମୃତ, ୩ ଆହତ 

ଖୋର୍ଦ୍ଧା: ଟ୍ରଲର୍ ପଛରେ ପିଟି ହୋଇଗଲା କାର୍ , ଘଟଣା ସ୍ଥଳରେ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ  ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅଧିନସ୍ଥ ଗୈ।ରଚନ୍ଦ୍ରପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ୨ ଯୁବକ ଓ ୨ ଜଣ ଯୁବତୀ ଏକ କାର୍ ଯୋଗେ ଭୁବନେଶ୍ୱର ରୁ ଚିଲିକା ଭ୍ରମଣରେ ଯାଉଥିବା ବେଳେ ଅଧାବାଟରେ ଘଟିଲା ଦୁର୍ଘଟଣା । ମୃତ ଯୁବକ ଜଣକ ଧାମନଗର ସ୍ଥିତି ଜାହାଙ୍ଗୀର ଅଞ୍ଚଳର ଶୁଭକାନ୍ତ ରାଉତ ଙ୍କର ୨୮ ବର୍ଷର ପୁଅ ଅମରଜ୍ୟୋତି ରାଉତ ।

ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର ରତ୍ନାକର ସାମନାରାୟ ଙ୍କର ୨୪ ବର୍ଷର ପୁଅ ଦିପ୍ତୀ ସାମନାରାୟ । ଠିକ୍ ସେହିପରି ଆହତ ହୋଇଛନ୍ତି ୨ ଜଣ ଯୁବତୀ ହେଉଛନ୍ତି ରଞ୍ଜିତା ନାୟକ ଓ କୋମଲ ଶର୍ମା ଏମାନଙ୍କ ଘର କଳାହାଣ୍ଡି ଅଞ୍ଚଳର । ମୈ।ଜ-ମଜଲିସ୍  କରିବା ପାଇଁ ପରିବାର ଲୋକଙ୍କ ଅଗୋଚରରେ ଏମାନେ ଚିଲିକା ଭ୍ରମଣରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାନ୍ଦପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car hit behind trailer: 1 dead, 3 injured | Argus News