Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟ୍ରକକୁ ପିଟିଲା କାର, ୨ ମୃତ

Odisha

ଟ୍ରକକୁ ପିଟିଲା କାର, ୨ ମୃତ

Ritu Das
Browse all articles by Ritu Das
·2 years ago·1 min read
ଟ୍ରକକୁ ପିଟିଲା କାର, ୨ ମୃତ

ଅର୍ଗସ ବ୍ୟୁରୋ: ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ କାର। ଟ୍ରକଟି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବେଳେ କଟକ ଆଡୁ ଭୁବନେଶ୍ୱର ଆଡେ ଆସୁଥିବା ଏକ କାର ପଛରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ। ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। 

ଆଇଆଇସିଙ୍କ ସ୍ପଷ୍ଟ ସୂଚନା ଅନୁଯାୟୀ, ଗାଡ଼ିରେ ୩ ଜଣ ରହିଥିଲେ। ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଏସସିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ଭଦ୍ରକ ସୁଶୀଲ କର ଏବଂ ଅନ୍ୟ ଜଣେ ହେଉଛନ୍ତି ଯାଜପୁର ଜିଲ୍ଲାର ଅମୂଲ୍ୟ ଦାସ। ଦୁର୍ଘଟଣାଟି ଅତି ଭୟଙ୍କର ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଦୁର୍ଘଟଣାର କାରଣ ଏଯାଏ ଜଣାପଡ଼ିନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
car hit | Argus News