Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଳିଙ୍ଗା ଘାଟିରେ ବାଇକକୁ ପିଟିଲା କାର୍, ଜଣେ ମୃତ

Odisha

କଳିଙ୍ଗା ଘାଟିରେ ବାଇକକୁ ପିଟିଲା କାର୍, ଜଣେ ମୃତ

Smruti Parija
Browse all articles by Smruti Parija
·2 years ago·1 min read
କଳିଙ୍ଗା ଘାଟିରେ ବାଇକକୁ ପିଟିଲା କାର୍, ଜଣେ ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କାର ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ରଞ୍ଜନ କଁହର ଓ ଆହତ ହେଲେ ଅଚ୍ୟୁତାନନ୍ଦ ପ୍ରଧାନ ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଦୁଇ ସାଙ୍ଗ ଅଚ୍ୟୁତାନନ୍ଦ ପ୍ରଧାନ ଓ ରଞ୍ଜନ କଁହର ଟିକାବାଲିରୁ ଏକ ବାଇକ ( OD-25-N-8578)ରେ ଭଞ୍ଜ ନଗର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଗ୍ରାମ ଠାରୁ ପ୍ରାୟ ୬କିଲୋମିଟର ଦୂର ଘାଟି ବୁଲାଣିରେ ଭଞ୍ଜନଗର ଅଞ୍ଚଳରୁ ଫୁଲବାଣୀ ଅଭିମୁଖେ ଆସୁଥିବା  ଏକ କାର (OR -01-S-5636 ) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

 ଯାହା ଫଳରେ ବାଇକରେ ବସିଥିବା ରଞ୍ଜନ କହଁରଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଛି ।  ବାଇକ ଓ କାର ଚାଳକ ଗୁରୁତର ଆହତ ହୋଇଛନ୍ତି ।  ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ କାର ଚାଳକଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କଳିଙ୍ଗା ଘାଟିର ଦୁର୍ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ଏସ.ଆଇ ରବୀନ୍ଦ୍ର ନାଥ ସେଠୀ, କେ.କାମରାଜୁ ରେଡ୍ଡୀ ଏବଂ ବୁଲୁ ବେହେରା ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
car-hits-bike-in-kalinga-ghati-kandhamal | Argus News