Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର୍

Smruti Parija
Browse all articles by Smruti Parija
·1 year ago
 ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର୍

ନବରଙ୍ଗପୁର:  ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର, ଶିକ୍ଷୟତ୍ରୀଙ୍କ କଟିଗଲା ହାତ । ଏଭଳି ଘଟଣା ଘଟିଛି ରାଇଘର ବ୍ଲକ ଯୋଡ଼େଙ୍ଗାରେ । ହାତ କଟିଥିବା ମହିଳା ମିନା ଠାକୁରଙ୍କ ଘର ଛତିଶଗଡ଼ର ଗରିଆବନ୍ଦ ହୋଇଥିବା ବେଳେ ସେ ହୀରାପୁର ଗାଁରେ ଶିକ୍ଷକତା କରନ୍ତି । 

ଦୀପାବଳି ଛୁଟି ପାଇଁ ଶାଶୁ ଘର ଗରିଆବନ୍ଦକୁ ରାଇଘର ଦେଇଯିବା ସମୟରେ ଯୋଡ଼େଙ୍ଗା ନିକଟରେ ଘଟିଥିଲା ଦୁର୍ଘଟଣା । ଗାଡ଼ିରେ ଥିବା ମିନା, ତାଙ୍କ ଦେଢଶୂର ଏବଂ ୪ ବର୍ଷର ପିଲାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଯୋଡ଼େଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ପରେ ରାଇପୁର ରାମ କୃଷ୍ଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୀନାଙ୍କ ଡାହାଣ ହାତ କଟି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
car-hits-tree-teacher-injured-in-nabrangpur | Argus News