Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩୦ କେଜି ଗଞ୍ଜେଇ ସହ କାର ଜବତ 

Manini Pattanayak
Browse all articles by Manini Pattanayak
·2 years ago·1 min read
୩୦ କେଜି ଗଞ୍ଜେଇ ସହ କାର ଜବତ 

ସୁବର୍ଣ୍ଣପୁର : ୩୦ କେଜି ଗଞ୍ଜେଇ ସହ କାର ଜବତ ।  ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନି ପୃଥକ ମାମଲାରେ ଗଞ୍ଜେଇ ଚୋରାଚାଳାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି ଗଞ୍ଜେଇ ସହ କାରକୁ ଜବତ କରିଥିବାବେଳେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ପରେ ବ୍ଲକ ଛକରେ ଚଢାଉ କରି ଛତିଶଗଡର ଜଣେ ଅଭିଯୁକ୍ତଙ୍କ ଠାରୁ ୭ କେଜି ଗଞ୍ଜେଇ ଜବତ କରିଛି । ସେହିପରି ପଟାଭାଡି ଛକରୁ ଏକ ସ୍ୱିଫ୍ଟ କାରରୁ ୨୫ କେଜି ଗଞ୍ଜେଇ ସହ କାରକୁ ଜବତ କରିଛି ଅବକାରୀ ବିଭାଗ । ଏହି ତିନୋଟି କେସରେ ମୋଟ ୬୨ କେଜି ଗଞ୍ଜେଇ ସହ  ୪ ଜଣ ବ୍ୟକ୍ତି ଓ ଦୁଇଟି କାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଜି ସମସ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car seized with 30 kg of cannabis | Argus News