Crime In Odisha / କାଦୁଅରୁ ଧରାପଡ଼ିଲା ଚୋରି କାର; ଭୁବନେଶ୍ଵରରୁ ଲୁଟ୍, ଅନୁଗୁଳରୁ ଗିରଫ
·2 weeks ago·2 min read

Key Points
ଧଳା କାରରୁ ଖୋଲିଲା ଲୁଟ୍ର କଳା କାହାଣୀ
ପାଠ ପଢିବାକୁ ଆସିଥିଲେ ଲୁଟ୍ କରି ବନ୍ଧା ହେଲେ
କାର ଲୁଟ୍ର କାହାଣୀରେ ନୂଆ ଟ୍ୱିଷ୍ଟ୍
ପାଠ ପଢିବାକୁ ଆସିଥିଲେ ଲୁଟ୍ କରି ବନ୍ଧା ହେଲେ
କାର ଲୁଟ୍ର କାହାଣୀରେ ନୂଆ ଟ୍ୱିଷ୍ଟ୍
ଭୁବନେଶ୍ଵର: କାର ଲୁଟ୍ର କାହାଣୀରେ ନୂଆ ଟ୍ୱିଷ୍ଟ୍ । CCTV ଦେଖାଇଲା ଲୁଟ୍ର LIVE ଚିତ୍ର । ଧଳା କାରରୁ ଖୋଲିଲା ଲୁଟ୍ର କଳା କାହାଣୀ । ସେଲ୍ଫ ଡ୍ରାଇଭରେ ଆସିଲା, କାର ନେଇ ଛୁ ମାରିଲା । ବର୍ଷାର ସୁଯୋଗ ନେଇ କାର ଲୁଟ୍ କରିଥିଲେ, ହେଲେ ସେହି ବର୍ଷା ହିଁ ଖୋଲିଦେଲା ଲୁଟେରାଙ୍କ ରାସ୍ତା । CCTVରୁ ଆରମ୍ଭ ହୋଇଥିବା ତଦନ୍ତ ପହଞ୍ଚିଲା ୱାଶିଂ ପଏଣ୍ଟରେ । ଆଉ ସେଠାରୁ ମିଳିଲା ଲୁଟେରାଙ୍କ କାରର ନମ୍ବର ।
୧୨ ତାରିଖ ଚନ୍ଦକା ଅନ୍ଧାରୁଆ ଗାଁରେ ସୁଦର୍ଶନ ନାୟକ ନିଜର Swift Dzire କାର ପାର୍କିଂ କରିଥିଲେ । ମାତ୍ର ସକାଳୁ ଉଠି ଦେଖିବା ବେଳକୁ କାର୍ ନଥିଲା । ଏନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ପୋଲିସର ତଦନ୍ତ । ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିବା ବେଳେ ମିଳିଥିଲା ବଡ଼ ସୁରାକ । ଚୋରି ହୋଇଥିବା Swift Dzireକୁ ଆଉ ଏକ ନୀଳ ରଙ୍ଗର Swift Dzire ଟାଣି ନେଉଛି ।
ଏଥିସହ ପଢ଼ନ୍ତୁ: ମୁଣ୍ଡରୁ ରକ୍ତସ୍ରାବ ହୋଇ ଭିଜି ଯାଇଛି ଲୁଗା; ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ହେଲେ ନମ୍ବର ପ୍ଲେଟ୍ରେ ଷ୍ଟିକର ଲଗାଯାଇଥିବାରୁ ନମ୍ବର ସ୍ପଷ୍ଟ ହେଉନଥିଲା । ହେଲେ ପୋଲିସ ହାର ମାନିଲାନି | ଘଟଣା ଦିନ ରାତିରେ ପ୍ରବଳ ବର୍ଷା ହୋଇଥିଲା । ପୋଲିସର ଅନୁମାନ ଥିଲା ବର୍ଷାରେ କାଦୁଅ ଲାଗିଥିବା କାରଟିକୁ ଲୁଟେରା ନିଶ୍ଚିତ ଧୋଇ ଥାଇପାରେ । ଏହିକୁ ଆଧାର କରି ସବୁ କାର୍ ୱାଶିଂ ପଏଣ୍ଟର CCTV ଯାଞ୍ଚ କରାଗଲା । ଆଉ ମିଳିଲା ଲୁଟ୍ ମାମଲାର ସବୁଠାରୁ ବଡ଼ ସୁରାକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୨ ତାରିଖରେ ଚନ୍ଦକା ଥାନା ଭୋଳା ଜଙ୍ଗଲରେ ଧଳା କାର୍ ଥାନା ପାଖରୁ ଘୋଷାଡ଼ି ନେଇଥିଲା ଦୁର୍ବୃତ୍ତ । କାଚ ଭାଙ୍ଗି ଇଗ୍ନେସନ୍ ବଦଳାଇବାକୁ ଉଦ୍ୟମ କରିଥିଲା । ମାତ୍ର ବିଫଳ ହେବାରୁ ସେଠାରୁ ଛାଡ଼ି ପଳାଇଥିଲେ । ପାଟ୍ରଲିଂ ବେଳେ ଉଦ୍ଧାର ହୋଇଥିଲା ଧଳା ଡିଜାୟର କାର୍ ।
ସେପେଟେ ନୀଳ କାରଟି ଖଣ୍ଡଗିରିର ଏକ Self-Drive Centreରୁ ଭଡ଼ାରେ ନିଆଯାଇଥିଲା । ମନଦୀପ ଚୌଧୁରୀ ଏହି ନୀଳ Swift Dzireକୁ ଭଡ଼ାରେ ନେଇଥିବା ଜଣାପଡ଼ିଥିଲା । ଏହି ସୁରାକକୁ ଆଧାର କରି ପୁଲିସ ମନଦୀପଙ୍କ ନିକଟରେ ପହଞ୍ଚିଥିଲା । ତେବେ ପ୍ରଶ୍ନ ଉଠୁଛି ମନଦୀପ ଏ ଗାଡି ଲୁଟ୍ କରି କେଉଁଠି ବିକ୍ରି କରୁଥିଲା ? ଆ ଆଗରୁ କେତୋଟି ଗାଡ଼ି ଲୁଟ କରିଛି ମନଦୀପ ? ଗାଡ଼ି ଲୁଟ୍ କରିବାରେ ମନଦୀପକୁ କିଏ ସହଯୋଗ କରିଥିଲା ?

Related Topics
Explore more stories