Crime In Odisha / ମୁଣ୍ଡରୁ ରକ୍ତସ୍ରାବ ହୋଇ ଭିଜି ଯାଇଛି ଲୁଗା; ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
·2 weeks ago·2 min read

Key Points
କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁରେ ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ନେଇ ସହରରେ ଖେଳି ଯାଇଛି ଚାଞ୍ଚଲ୍ୟ ।
କେନ୍ଦୁଝର: ମଦ ପିଇ ଭଉଣୀଙ୍କୁ ସବୁଦିନ ମାରଧାର୍ କରୁଥିଲେ । ଫୋନ୍ରେ ଆମ ସହ କଥା ହେବାକୁ ଦେଉ ନଥିଲେ । ସେ ହିଁ ମୋ ଭଉଣୀକୁ ମାରି ଟାଙ୍ଗି ଦେଇଛନ୍ତି । ମୋ ଭଉଣୀକୁ ହତ୍ୟା କରାଯାଇଛି । ତାକୁ ଫାଶୀ ଦିଆ ଯାଉ । ରାକ୍ଷୀ ପୂର୍ବରୁ ଭଉଣୀକୁ ହତ୍ୟା ପରେ କୋହଭରା କଣ୍ଠରେ ଏମିତି କହିଛନ୍ତି ଭାଇ ।
କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁରେ ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ନେଇ ସହରରେ ଖେଳି ଯାଇଛି ଚାଞ୍ଚଲ୍ୟ । ଅର୍ଚ୍ଚନା ଟ୍ରେଡର୍ସ ଶୋରୁମ୍ ଭିତରୁ ମାଲିକାଣୀ ଅର୍ଚ୍ଚନା ପରିଡ଼ାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଅର୍ଚ୍ଚନାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଏଥିସହ ପଢ଼ନ୍ତୁ: ବତୁରା କାନ୍ଥକୁ ଓଦା ଚୁଲି; ବନ୍ୟା ପରେ ଫେରୁଛି ଜୀବନ, ତଥାପି ପିଛା ଛାଡ଼ିନି ଯନ୍ତ୍ରଣା
ରବିବାର ସକାଳେ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ା ପୋଲିସୁ ଖବର ଦେଇଥିଲେ ଯେ, ଦୋକାନ ଭିତରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅର୍ଚ୍ଚନାଙ୍କ ବେକରେ ଦାଗ ରହିଥିବା ବେଳେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇ ପିନ୍ଧିଥିବା ଲୁଗା ଭିଜି ଯାଇଥିବା ଦେଖିବାକୁ ମିଳିଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଦ୍ୟପାନ, ମାରପିଟ୍
୨୦୧୪ ମସିହାରେ ହାଣ୍ଡିଭଙ୍ଗା ଅଞ୍ଚଳର ଅଭିମନ୍ୟୁ ପରିଡ଼ାଙ୍କୁ ବିବାହ କରିଥିଲେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଅର୍ଚ୍ଚନା ବାରିକ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ଜଣାପଡ଼ିଛି । ଘୁଟୁରୁରେ ଅର୍ଚ୍ଚନା ଟ୍ରେଡର୍ସ ଓ ଶୁଭ ମଟର୍ସ ନାମରେ ବ୍ୟବସାୟ ରହିଛି ।
ଏବେ ଅର୍ଚ୍ଚନାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ପରେ ପରିବାର ପକ୍ଷରୁ ଆସିଛି ଗୁରୁତର ଅଭିଯୋଗ । ପରିବାରଲୋକଙ୍କ କହିବା ଅନୁସାରେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ୍ କରୁଥିଲେ । ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ ।
ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ପରିବାର ପକ୍ଷରୁ କୁହାଯାଇଛି । ଅର୍ଚ୍ଚନାଙ୍କୁ ସେଠାରେ ହତ୍ୟା କରି ତାଙ୍କ ମୃତଦେହ ଅର୍ଚ୍ଚନା ଟ୍ରେଡର୍ସ ଭିତରେ ଆଣି ରଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି ।
ଏଥିସହ ପଢ଼ନ୍ତୁ: ଗାଁକୁ ଘାରିଛି ଜ୍ଵର ଚିନ୍ତା; ୨ ଛୁଆଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ
ତେବେ ମିଳିଥିବା ସୁଇସାଇଡ୍ ନୋଟ୍ରେ ସ୍ୱାମୀଙ୍କୁ ଦାୟୀ ନ କରିବାକୁ ଲେଖାଯାଇଥିବା ନେଇ ପରିବାର ପକ୍ଷରୁ ଆପତ୍ତି ଉଠାଯାଇଛି । ନୋଟ୍ଟି ଅର୍ଚ୍ଚନା ନିଜେ ଲେଖିନାହାନ୍ତି, ବରଂ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ଏହା ଲେଖିଥିବା ପରିବାର ପକ୍ଷରୁ ସନ୍ଦେହ କରିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ସମସ୍ତ ଦିଗରୁ ଛାନଭିନ୍ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ କେମିତି ହେଲା ଅର୍ଚ୍ଚନାଙ୍କ ମୃତ୍ୟୁ ।
Related Topics
Explore more stories