Videos
|
Odisha

ଭଡ଼ା ବାହାନାରେ କାର ଲୁଟ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଭଡ଼ା ବାହାନାରେ କାର ଲୁଟ 

ଭୁବନେଶ୍ୱର:   ଭଡ଼ା ବାହାନାରେ କାର ଲୁଟ ।  ଭରତପୁରରୁ ନେଲେ ଢେଙ୍କାନାଳ ରେ ଲୁଟିଲେ । ଏଭଳି ଲୁଟର ଶିକାର ହୋଇଛନ୍ତି କାର ଚାଳକ ବଳରାମ ପ୍ରଧାନ । ଗତ 13ତାରିଖ ଦିନ ବଳରାମ ଭରତପୁରରୁ ଭଡ଼ା ନେଇ ରାଧାଦେଇ ପୁର ଯିବାକୁ ଗାଡି ବୁକ ହୋଇଥିଲା ।  

3ଜଣ ବ୍ୟକ୍ତି ଗାଡି ରେ ବସି ଯାଇଥିଲେ। ଆଠଗଡ଼ରେ ଚା ପିଇ ରାଧାଦେଇ ପୁର ଗଲା ବାଟରେ ନିଛାଟିଆ ସ୍ଥାନରେ ପରିଶ୍ରା କରିବା ପାଇଁ କହି ଗାଡି ଅଟକାଇଥିଲେ। ଗାଡି ରହିବା ପରେ ବଳରାମ ଙ୍କୁ ବେକରେ ଛୁରୀ ଲଗାଇ ଗାଡି ବାହାରକୁ ଆଣିବା ପରେ ଆକ୍ରମଣ କରି ମୋବାଇଲ, ମୁଦି, ଟଙ୍କା ସବୁ ଲୁଟ ପରେ ଗାଡି ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଗଇଁତିଆ ଥାନାରେ ଅଭିଯୋଗ ପରେ ପୋଲିସ ଗାଡିକୁ ଉଦ୍ଧାର କରିବା ସହ ଲୁଟରେ ସମ୍ପୃକ୍ତି ଥିବା କିଛି ଦୁର୍ବୃତ୍ତଙ୍କୁ ପୋଲିସ ଧରିଥିବା ସୂଚନା ମିଳିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Car theft on the pretext of rent. | Argus News