କ୍ୟାରିୟର କାଉନସିଲ୍ କାର୍ଯକ୍ରମ ମୁଁ ବି ସମର୍ଥ ଆୟୋଜିତ

ଅର୍ଗସ ବ୍ୟୁରୋ: ବରଗଡ ଭଟ୍ଟିଲି ବ୍ଲକର ଶକୁନ୍ତଳା ବିଦ୍ୟାଧର କମ୍ ଗାଁ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ମୁ ବି ସମର୍ଥ । ଆତ୍ମ ନିର୍ଭର କାର୍ଯକ୍ରମ ରେ କଲେଜ୍ ର ଅଧକ୍ଷ ଡକ୍ଟର ରତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲକ୍ଷ୍ନୌ ରୁ କେନ୍ଦ୍ରୀୟ ଔଷଧିୟ ଓ ସୁଗନ୍ଧି ଫସଲ ସଂସ୍ଥା ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡକ୍ଟର ନାରାୟଣ ଯାଦବ ଯୋଗ ଦେଇ ସୁଗନ୍ଧି ଓ ଔଷଧିୟ ଫସଲ ବ୍ୟବହାର କରି ଅନେକ ସାମଗ୍ରୀକୁ ତିଆରି କରିବା ପାଇଁ ରହିଥିବା ସୁଯୋଗ ସମ୍ପର୍କ ରେ ବୁଝାଇ ଥିଲେ । କିଭଳି ଛାତ୍ରୀ ମାନେ ଉଦ୍ୟୋଗୀ ସଂଭାବନା ରହିଛି ତାହା ସଂମ୍ପର୍କରେ ବୁଝାଇ ଥିଲେ । ସେହି ଭଳି ମହୀଶୂର ସ୍ଥିତ କେନ୍ଦୀୟ ଖାଦ୍ୟ ଜ୍ଞାନ କୌଶଳ ଓ ଗବେଷଣା ସଂସ୍ଥାନର ପୁର୍ବତନ ମୂଖ୍ୟ ବୈଷୟିକ ଅଧିକାରୀ ଡକ୍ଟର କେ ଗିରିୟ୍ୟାପା ଯୋଗ ଦେଇ ଅନେକ ଅତି ଅଳ୍ପ ଖର୍ଚ୍ଚରେ କିଭଳି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଉଦ୍ୟୋଗୀ ହୋଇ ପାରିବେ ସେସବୁ ର ସମ୍ପୂର୍ଣ ତଥ୍ୟ ଦେଇଥିଲେ । ଭରତୀୟ ଜଳ ପରିଚାଳନା ସଂସ୍ଥା ର ପ୍ରଧାନ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ବିଦ୍ୟାର୍ଥି ମାନେ କିଭଳି ସଫଳ ବ୍ୟକ୍ତିତ୍ଵ ହୋଇପାରିବ ସେ ସବୁର ଅନେକ ଦିଗ ପ୍ରତି ବୁଝାଇ ଥିଲେ । ବିଜ୍ଞାନ ସଂଚାରକ ଓ ମୁଁ ବି ସମର୍ଥ କାର୍ଯକ୍ରମ ର ପୁରୋଧl ଲକ୍ଷ୍ମୀ ନାରାୟଣ ବକ୍ସି ଭିଡିଓ ଚିତ୍ର ମାଧ୍ୟମ ରେ କିଭଳି ବିଭିନ୍ନ ବିଭାଗରେ ଆତ୍ମ ନିର୍ଭର ହୋଇପାରିବେ ସେ ବାକୁ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ଅଧ୍ୟାପକ ମୁକେଶ ଭୋଇ, ଦୁଷ୍ମନ୍ତ ସାହୁ, ଶତାବ୍ଦୀ ଭୋଇ ସପ୍ନା ସାହୁ ଓ ମହାବିଦ୍ୟାଳୟ ର ଅଧ୍ୟାପିକା ସହ ଯୋଗ କରିଥଲେ । ଚାରି ଜଣ ଛାତ୍ରୀ ମାନଙ୍କୁ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇ ଥିବାରୁ ତାଙ୍କୁ ପୁରସ୍କୃତ କରାଯାଇ ଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: