ଅଟୋକୁ ପିଟିଲା ମାଲବୋଝେଇ ଟ୍ରକ :ଜଣେ ମୃତ
·1 year ago

ଅର୍ଗସ ବ୍ୟୁରୋ: ୧୬ନମ୍ବର ଜାତୀୟ ରାଜପଥ ଗୟାବନ୍ଧ ଛକ ନିକଟରେ ଅଟୋକୁ ପିଟିଲା ଆଇଚର ମାଲବୋଝେଇ ଟ୍ରକ ।ଘଟଣା ସ୍ଥଳରେ ଅଟୋ ଚାଳକର ମୃତ୍ୟୁ ଘଟିଛି ।ମୃତକ ଜଣଙ୍କ ଗଡିଶାଗୋଦା ଥାନା ଚୁପୁରିଗଂ ଗ୍ରାମର ବାଦଲ କୁମାର ରାଉତରାୟ।ସୂଚନାରୁ ଜଣାପଡିଛି ଏକ ମାଲବୋଝେଇ ଅଟୋ ଟ୍ରଲିରେ ମାଲ ବୋଝେଇ କରି ଭୂବନେଶ୍ୱର ରୁ ଚୁପୁରିଗଂ ଗାଁ କୁ ଆସୁଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ ଗୟାବନ୍ଧ ଛକ ନିକଟରେ ପଛରୁ ଏକ ମାଲବୋଝେଇ ଆଇଚର ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ମେଡିକାଲ କୁ ପଠାଇଛି।ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: