Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ପୁରୀରେ ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ପୁରୀରେ ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା

ପୁରୀ : ପୁରୀରେ ଭକ୍ତଙ୍କ ପାଇଁ କରାଗଲା କାରପେଟର ବ୍ୟବସ୍ଥା ।  ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଡହ ଡହ ଖରାରେ କଲବଲ ହେଉଥିବା ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା କରିଛି ପ୍ରଶାସନ । ଉତ୍ତର ଦ୍ବାର ନିକଟରୁ ଏକ ସରୁ କାରପେଟ୍ ବିଛା ଯାଇଥିବାବେଳେ ସିଂହଦ୍ଵାର ବ୍ୟାରିକେଟ୍ ବାହାର ମଧ୍ୟ ଏକ କାରପେଟ୍ ବିଛା ଯାଇଛି । ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାବେଳେ ଅଳ୍ପ କିଛି ଭକ୍ତ ଏଥିରେ ଉପକୃତ ହେଉଛନ୍ତି ।

ଅଧିକ ପଢନ୍ତୁ : ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର

ମାତ୍ର ପର୍ଯ୍ୟାପ୍ତ ପରିମାଣର କାରପେଟ୍ ବିଛା ଯାଇନଥିବାବେଳେ ପରିକ୍ରମା ପ୍ରକଳ୍ପରେ ମଧ୍ୟ କାରପେଟ୍ ବିଛାନଯିବା ଯୋଗୁଁ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ରାସ୍ତାରେ ଯାଉନାହାନ୍ତି । ଗତ କିଛି ଦିନ ତଳେ ପ୍ରଚଣ୍ଡ ଖରାରେ ଭକ୍ତ କିଭଳି ଅସୁବିଧା ଭୋଗୁଛନ୍ତି, ସେ ନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା । ଖରାରେ ଭକ୍ତଙ୍କ ପାଦ ଫୋଟକା ହେଉଥିବାରୁ ଦୌଡିଦୌଡି ଯିବାର ଦୃଶ୍ୟ ଦେଖାଇବା ପରେ ଚେତିଥିଲା ପ୍ରଶାସନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Carpet arrangements were made for the devotees in Puri | Argus News