Videos
|
Odisha

ଡଙ୍କାରୀରେ ବ୍ଲାଷ୍ଟିଂ ଘଟଣାରେ ଲିଜ ଧାରୀଙ୍କ ନାଁରେ ମାମଲା

Manini Pattanayak
Browse all articles by Manini Pattanayak
·2 years ago·2 min read
ଡଙ୍କାରୀରେ ବ୍ଲାଷ୍ଟିଂ ଘଟଣାରେ ଲିଜ ଧାରୀଙ୍କ ନାଁରେ ମାମଲା

ଯାଜପୁର:  ଧର୍ମଶାଳା ପଥର ମାଫିଆଙ୍କ ଉପରେ ମୋହନ ସରକାରଙ୍କ ବଡ଼ ଆକ୍ସନ୍। ଡଙ୍କାରୀରେ ବ୍ଲାଷ୍ଟିଂ ଘଟଣାରେ ଲିଜ୍ଧାରୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ବେଆଇନ ଖନନ ବେଳେ 3 ଶ୍ରମିକଙ୍କ ଜୀବନ ଯିବା ପରେ ଘଟଣାକୁ ନେଇ ତେଜିଥିଲା ବିବାଦ। ଦୀର୍ଘଦିନ ପରେ ଲିଜଧାରୀ ନାରାୟଣ ରାଉତଙ୍କ ନାଁରେ ଏତଲା କଲା ଖଣି ବିଭାଗ। ପ୍ରଣବ ବଳବନ୍ତରାୟଙ୍କ ଖାସ୍ ନିରଞ୍ଜନଙ୍କ ଭାଇ ହେଉଛନ୍ତି ନାରାୟଣ। ଖଣି ମାଫିଆଙ୍କ ଉପରେ ରହିଛି 300 କୋଟିରୁ ଅଧିକ ଟଙ୍କାର ଫାଇନ୍।   ମେ-16। ଧର୍ମଶାଳା ଡଙ୍କାରୀରେ ବେଆଇନ ପଥର ଖନନ ବେଳେ ଘଟିଲା ଅଗଟଣ। ପଥର ଧସିଯିବାରୁ ପୋତି ହୋଇ ଚାଲିଗଲା 3 ଜଣଙ୍କ ଜୀବନ। ଲିଜଧାରୀ ନାରାୟଣ ରାଉତ ଆସିଲେ ବିବାଦ ଘେରକୁ। ନାରାୟଣ ରାଉତ ହେଉଛନ୍ତି ନାରାୟଣ ହେଉଛନ୍ତି ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଖାସ୍ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତଙ୍କ ଭାଇ । ନିରଞ୍ଜନଙ୍କ ମାଧ୍ୟମରେ ପ୍ରଣବ ବଳବନ୍ତରାୟ ପଥର ଲୁଟ୍ ଚଳାଇଥିବା ଅଭିଯୋଗ ହୋଇଛି। ସେତେବେଳେ ନିର୍ବାଚନ ଥିବାରୁ ମାମଲାକୁ ଚାପିଦେଲେ ନବୀନ ସରକାର। ମୋହନ ସରକାର ପୁଣି ଖୋଲିଛନ୍ତି ଡଙ୍କାରୀ କେଳେଙ୍କାରୀର ଫାଇଲ୍। ଖଣି ଲିଜ୍ ଧାରୀ ନାରାୟଣ ରାଉତ ନାଁରେ ଯାଜପୁର ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ପକ୍ଷରୁ ଜେନାପୁର ଥାନାରେ ମାମଲା ରୁଜୁ ହୋଇଛି। 

ଡଙ୍କାରି ପାହାଡ଼ରେ ବେଆଇନ ରାସ୍ତା ନିର୍ମାଣ ସହ ଲିଜ ଏରିଆ ଠାରୁ ଅଧିକ ଖନନ ଓ  ପରିବେଶ ସୁରକ୍ଷା ଆଇନକୁ ଅବମାନନା କରାଯାଇଥିବା ଦର୍ଶାଯାଇଛି। ଲିଜଧାରୀ ନାରାୟଣ ରାଉତ ୭୯ ହଜାର ୯୯୯ କ୍ୟୁବିକ୍ ମିଟର ଅଂଚଳରୁ ବେଆଇନ୍ ଭାବେ ଖନନ କରିଛନ୍ତି । ଏଥିପାଇଁ ଯାଜପୁର ମଣ୍ଡଳ ଖଣି ବିଭାଗର ଉପନିର୍ଦ୍ଦେଶକଙ୍କ ନାରାୟଣ ରାଉତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।  କାହିଁକି 3 କୋଟି ୮୧ ଲକ୍ଷ ୩୯ ହଜାର ଟଙ୍କା ଫାଇନ ଆଦାୟ କରାଯିବ ନାହିଁ ତାର ଉତ୍ତର ରଖିବାକୁ କୁହାଯାଇଛି  ।  ବିଜେଡି ସରକାରରେ ଧର୍ମଶାଳାର ଡଙ୍କାରି, ଲୁଣିବର, ରାହଡପୁର, ବାଜବାଟି, ବିଛାଖଣ୍ଡି ଥିଲା ବେଆଇନ ପଥର କାରବାରର ପେଣ୍ଠସ୍ଥଳୀ ।

ପଥର ମାଫିଆ ବେଆଇନ ଭାବେ ଲିଜ୍ ବାହାରୁ ଖନନ କରି କୋଟି କୋଟି ଟଙ୍କାର ମୁନାଫା କରିଛନ୍ତି । ଚାନ୍ଦା ନେଇ ପ୍ରଣବ ବଳବନ୍ତରାୟ ଓ ବିଜେଡି ହେବିୱେଟ୍ ଦେଉଥିଲେ ମାଫିଆଙ୍କ ସୁରକ୍ଷା। ଧର୍ମଶାଳାର ପଥର ମାଫିଆଙ୍କ ଉପରେ 3 ଶହ କୋଟିରୁ ଅଧିକ ଫାଇନ୍ ବି ଲାଗିଛି ।  ଯାଜପୁର ଖଣି ଉପରେ ଥିଲା 3 ପରିବାରର ରାଜ୍। ଅଶୋକ ଦାସ ଓ ତାଙ୍କ ପୁଅ ବବି ଦାସ, କଳ୍ପତରୁ ଦାସ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ, ପ୍ରଫୁଲ୍ଲ ଘଡାଇ ଓ ତାଙ୍କ ପୁଅ ପ୍ରିତିରଂଜନ ଘଡେଇ। ଅଭିଯୋଗ ଅନୁସାରେ ଖଣି ଲୁଟ ପଛରେ ଥିଲେ ଏଇ 3 ପରିବାର। ଗତ ନିର୍ବାଚନରେ ଏମାନଙ୍କୁ ଜବାବ ଦେଇଛନ୍ତି ଯାଜପୁର ଭୋଟର। ଆଉ ଏବେ ଆକସନ ମୋଡରେ ମୋହନ ସରକାର।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର 
 

Case against lease holder in Dankari blasting incident | Argus News