ଡମ୍ପିଂୟାର୍ଡରୁ ଅଳିଆ ଆବର୍ଜନା ଖାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି ଗୋରୁ

ଅର୍ଗସ ବ୍ୟୁରୋ: ନରସିଂହପୁର ଦୋଳବେଦୀ ନିକଟରେ ଗାଈଟି ଅସୁସ୍ଥ ହୋଇ ପଡ଼ିଥିବା ବେଳେ ନରସିଂହପୁର ସ୍ଥିତ ଗୋକୁଳ ଧାମ ଓଡିଶା ଗୋ ସେବା ମହାତୀର୍ଥର ଅପରେଶନ ଦ୍ୱାରା ଉକ୍ତ ଗାଈ ପେଟରୁ ୪୨କେଜି ପଲିଥିନ, କାଚ, ଲୁହା ବାହାର କରାଯାଇଛି। ଲୋକମାନେ ବ୍ୟବହାର କରି ବାହାରେ ପକାଉଥିବା ପଲିଥିନ ଆବର୍ଜନା ପାଇଁ ୭୦% ପ୍ରତିଶତ ଗୋ ବଂଶ, ଗୋ ମାତାଙ୍କ ମୃତ୍ୟୁର କାରଣ ହେଉଥିବା ଜଣା ପଡ଼ିଛି।
ଅସ୍ତ୍ରୋପଚାର ପରେ ମଧ୍ୟ ଗାଈଟି ଚିକିତ୍ସାଧୀନ ଅଛି, ତା’ର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଗୋ ସେବକ ସତ୍ୟପ୍ରିୟ ମିଶ୍ର ପ୍ରକାଶ କରିଛନ୍ତି। ଯେକୌଣସି ଡମ୍ପିଂୟାର୍ଡକୁ ଦେଖିଲେ, ଏହା କେବଳ କାଗଜକଲମ ଏବଂ ଘୋଷଣାରେ ସୀମିତ ରହିଥିବା ସ୍ପଷ୍ଟ ଅନୁମେୟ ହେଉଛି। କୁଢ଼କୁଢ଼ ପଲିଥିନ୍ ଜରିରେ ଭର୍ତ୍ତି ଆବର୍ଜନା ପଡ଼ି ରହୁଛି। ଆଉ ସେଥିରୁ ଗାଈଗୋରୁ ମାନେ ଖାଦ୍ୟ ଅନ୍ବେଷଣ କରୁଥିବା ଦେଖିବାକୁ ମିଳୁଛି। ପଲିଥିନ ଜରିରେ ଭର୍ତ୍ତି ନଷ୍ଟ ହୋଇଯାଇଥିବା ପନିପରିବା ତା’ର ଚୋପା, ବାସି ଖାଦ୍ୟ, ଫଳମୂଳ ଆଦି ପଡ଼ି ରହୁଛି। ତା’କୁ ଗାଈଗୋରୁମାନେ ଖାଦ୍ୟଭାବେ ଖାଇ ଅସୁସ୍ଥ ହୋଇପଡ଼ୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର