Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ହେଟା ବାଘ ଆକ୍ରମଣରେ ଗୋରୁ ମୃତ, ଭୟରେ ଗ୍ରାମବାସୀ

Odisha

  ହେଟା ବାଘ ଆକ୍ରମଣରେ ଗୋରୁ ମୃତ, ଭୟରେ ଗ୍ରାମବାସୀ

Manini Pattanayak
Browse all articles by Manini Pattanayak
·2 years ago·1 min read
  ହେଟା ବାଘ ଆକ୍ରମଣରେ ଗୋରୁ ମୃତ, ଭୟରେ ଗ୍ରାମବାସୀ

ନବରଙ୍ଗପୁର: ଗୋରୁକୁ ଟାଣି ନେଲା ହେଟା ବାଘ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ  ବାଲେଙ୍ଗା ପଞ୍ଚାୟତର ଲାଣ୍ଡୁଗୁଡା ଜଙ୍ଗଲ ନିକଟରେ ଏକ ଗାଈ ର କାନ, ବେକ ଏବଂ ପେଟ ଖଣ୍ଡିଆ ଖାବରା ହୋଇ ମରି ପଡିଥିବା ର ସ୍ଥାନୀୟ ଲୋକେ  ଦେଖିବା ପରେ ସ୍ଥାନୀୟ ଗ୍ରାମର ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ଭିଡିଓ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ।

ଯାହାକି ବର୍ତ୍ତମାନ ଅଞ୍ଚଳରେ ବାଘ ହିଁ ଗାଈକୁ ମାରି ଖାଇଛି ବୋଲି ଚର୍ଚ୍ଚା ହେଉଛି । ଖବର ପାଇ କୋଡ଼ିଙ୍ଗା ବନବିଭାଗ  ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିବାପରେ ଏହି  ଗାଈ କୁ ହେଟା ବାଘ ହିଁ ମାରି ଥିବ ବୋଲି ସନ୍ଧେହ କରିବା ସହ ଏହା ଉପରେ ଅଧିକ ତଦନ୍ତ ଚଳାଇଛି। ବର୍ତ୍ତମାନ କୋଷାଗୁମୁଡ଼ା ଅଞ୍ଚଳ ରେ ଖୁବ୍  ଚର୍ଚ୍ଚା ହେଉଛି । ଏହାସହ ସନ୍ଧ୍ୟା ହେଲେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଛି ।

ଅଧିକ ପଢନ୍ତୁୂ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Cattle killed in Heta tiger attack, villagers fear | Argus News