Crackdown on Cow Mafia / ରାଜ୍ୟରେ ଭାଙ୍ଗୁଛି ଗୋ-ମାଫିଆଙ୍କ ଗଡ଼, ଧରା ହେଉଛନ୍ତି ଆଉ ସମ୍ପତ୍ତି ବି ହେଉଛି ଜବତ
·2 days ago·2 min read

Key Points
ରାଜ୍ୟରେ ଭାଙ୍ଗୁଛି ଗୋ-ମାଫିଆଙ୍କ ଗଡ଼
ଧରା ହେଉଛନ୍ତି ଆଉ ସମ୍ପତ୍ତି ବି ହେଉଛି ଜବତ
ଗୋ ମାଫିଆ ସକିଲ ଖାଁ ବିରୋଧରେ ଏନଏସଏ ଲାଗୁ
ଧରା ହେଉଛନ୍ତି ଆଉ ସମ୍ପତ୍ତି ବି ହେଉଛି ଜବତ
ଗୋ ମାଫିଆ ସକିଲ ଖାଁ ବିରୋଧରେ ଏନଏସଏ ଲାଗୁ
ଆଠଗଡ଼, ୦୮/୦୪: ଆଠଗଡ ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ଗୋ ମାଫିଆ ସକିଲ ଖାଁ ବିରୋଧରେ ଏନଏସଏ ଲାଗୁ କଲା କଟକ ଗ୍ରାମାଞ୍ଚଳ ପୋଲିସ। ପୁର୍ବରୁ ଏକାଧିକ ମାମଲାରେ ସଂପୃକ୍ତ ଥିଲା ଦୁର୍ଦ୍ଧାନ୍ତ ଅପରାଧି ସକିଲ ଖାନ। ସକିଲ ନାଁରେ ଗୋ ହତ୍ୟା, ଗୋ ମାଂସ ରପ୍ତାନି ମାମଲା ରହିଛି । ଗତକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜର ୩୨ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ହୋଇଥିଲା ରେଡ୍।
ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଗୋ-ମାଫିଆଙ୍କ ଗଡ଼ ଉପରେ ବଡ଼ଧରଣ ରେଡ୍। ଗୋରୁ ଚୋରାଚାଲାଣ ସିଣ୍ଡିକେଟର ଅଣ୍ଟା ଭାଙ୍ଗିବାକୁ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ତତ୍ବାବଧାନରେ ତିନି ଜିଲ୍ଲାର ଏସପିଙ୍କ ନେତୃତ୍ୱରେ ଗତକାଲି ହୋଇଥିଲା ବଡ଼ ଧରଣର ରେଡ୍ । ୩୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ୬ ପ୍ଲାଟୁନ ଲେଖାଏଁ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ବାଲେଶ୍ୱର ଜିଲ୍ଲାର ୯ଟି, ଭଦ୍ରକର ୮ଟି ଓ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୧୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢାଉ ବେଳେ ପୋଲିସକୁ ମିଳିଛି ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କାଳ,ବିପୁଳ ପରିମାଣର ସୁନା ଗହଣା ସହ ଦୁଇ ଓ ଚାରି ଚକିଆ ଗାଡ଼ି, ଏପରିକି ଗୋ-ମାଫିଆ ରଖିଥିବା ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ବାଲେଶ୍ୱରରୁ ୪, ଭଦ୍ରକରୁ ୬ ଓ ମୟୂରଭଞ୍ଜରେ ୫ରୁ ୬ ଜଣଙ୍କୁ ଅଟକ ରଖାଯାଇଛି । ଅନ୍ୟକିଛି ମାଫିଆ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଚଳାଇଛି ପୋଲିସ ।
ବାଲେଶ୍ୱର ସହରର ପୁଲ ବଜାର, କଂସେଇ ମହଲାରେ ଚଢ଼ାଉ ବେଳେ ଗୋ-ମାଫିଆ ଡିଜେଲ ରାଜା ଓ ଶେଖ ହାଫିଜ ଫେରାର ହୋଇଯାଇଛନ୍ତି । ସୋର ଥାନା ବାରିକପୁରର ଗୋ-ମାଫିଆ ଇସ୍ରାଫିଲ ଓ ମଙ୍ଗଳାଙ୍କ ଘରେ ଚଢ଼ାଉ କରି ଜଣକୁ ଅଟକ ରଖିଛି ପୋଲିସ । ସେହିପରି ଖଇରା ଥାନା ମୁସ୍ତାଫାବାଦ ଗାଁରେ ଗୋ-ମାଫିଆ ମେହେବୁବ ଖାଁଙ୍କ ଘରେ ହୋଇଛି ଚଢ଼ାଉ, ଚଢାଉରେ ୧୨ ଲକ୍ଷ ୬୮ ହଜାର ନଗଦ ଟଙ୍କା, ସୁନା, ରୁପା ଅଳଙ୍କାର, ୧୨ଟି ଜମି ପଟ୍ଟା ଜବତ ହୋଇଛି। ଗୋ-ଚାଲାଣରେ ବ୍ୟବହୃତ ଟ୍ରକ ଓ ଏସ୍କର୍ଟ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । କିନ୍ତୁ ଗୋ ମାଫିଆ ମେହେବୁବ ଖାଁ ଫେରାର ହୋଇଯାଇଛି।
ପଢନ୍ତୁ ଏହି ଖବର : ଗୋ ମାଫିଆଙ୍କ ଘରୁ ଖଣ୍ଡା, ବନ୍ଧୁକ, ୫ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ
ସେହିପରି ଭଦ୍ରକରେ ୮ଟି ସ୍ଥାନରେ ଚଢ଼ାଉ ବେଳେ ମାରଣାସ୍ତ୍ର ଜବତ ହୋଇଛି । ଗୋ-ମାଫିଆ ମହମ୍ମଦ ଅଲି ଅକ୍ତର, ବାବି ଖାନ୍, ମୁବାରକ୍ ଖାନ୍, ଶେଖ ନାସିର, ଶେଖ୍ ଆସିଦୁଲ୍ କାଦ୍ରି, ଦିନ୍ ମହମ୍ମଦ ଘରେ ହୋଇଛି ରେଡ୍ । ରିଭଲଭର, ଛୁରୀ, ଖଣ୍ଡା ଓ ନଗଦ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ୧ କେଜିରୁ ଉର୍ଦ୍ଧ୍ବ ସୁନା ଗହଣା ଜବତ ହୋଇଛି ।
ସେହିପରି ମୟୁରଭଞ୍ଜ ଜିଲ୍ଲାରେ ୭ଟି ଥାନା ଅନ୍ତର୍ଗତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ବାରିପଦା, ରାଇରଙ୍ଗପୁର, ଝାରପୋଖରିଆ, ବାଙ୍ଗିରିପୋଷି, ବୈଶିଙ୍ଗା ଓ ଶୁଳିଆପଦା ଅଞ୍ଚଳରେ ଚଢ଼ାଉ କରାଯାଇଛି । ରାଇରଙ୍ଗପୁରର ଗୋ-ମାଫିଆ ଶେଖ୍ ମସିଦ୍ ଜମାଲ ଘରେ ଚଢ଼ାଉ ବେଳେ ୯ ଲକ୍ଷ ନଗଦ ଟଙ୍କା, ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର, ଏକ ସ୍କର୍ପିଓ ଏବଂ ବୁଲେଟ୍ ଜବତ କରାଯାଇଛି । ଗୋ- ତସ୍କରିର ବଡ଼ ଡନ୍ ସାଜିଥିବା ଜମାଲ୍ ଓଡ଼ିଶାରୁ ପଶ୍ଚିମବଙ୍ଗ ଗୋ-ଚାଲାଣର ମୁଖ୍ୟ କାର୍ପଟଦାର ବୋଲି ସୂଚନା ମିଲିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories