Cow Mafia / ଗୋ ମାଫିଆଙ୍କ ଘରୁ ଖଣ୍ଡା, ବନ୍ଧୁକ, ୫ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ

Key Points
ଗୋ-ମାଫିଆଙ୍କ ଘରେ ପୁଳା ପୁଳା ଟଙ୍କା
ଗୋ-ମାଫିଆଙ୍କ ଘରେ ଭଦ୍ରକ ପୋଲିସର ରେଡ୍ ...
ଗୋ ମାଫିଆଙ୍କ ଘରୁ ଖଣ୍ଡା, ବନ୍ଧୁକ, ୫ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ
ଏସପି ମନୋଜ ରାଉତଙ୍କ ନିର୍ଦେଶ କ୍ରମେ ଏକାସାଙ୍ଗେ ୮ ଗୋ ମାଫିଆଙ୍କ ଘରେ ତନାଘନା
ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଭଦ୍ରକରେ ଗୋ ମାଫିଆ ଙ୍କ ଘରେ ପୋଲିସର ବଡ଼ ଚଢ଼ାଉ । ଭଦ୍ରକ ପୁରୁଣାବଜାର ଓ ଗୁଜି ଦରଡ଼ାରେ ଥିବା ୮ ଟି ଗୋ-ମାଫିଆ ଘରେ ଏକ ସଙ୍ଗେ ଭଦ୍ରକ ପୋଲିସର ରେଡ । ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦେଶ କ୍ରମେ ଭଦ୍ରକ ପୋଲିସ ପ୍ରଶାସନର ୮ଟି ପୋଲିସ ଟିମ ଜଣେ ଅତିରିକ୍ତ ଏସପି ଓ ୨ ଜଣ ଡ଼ିଏସପି ଙ୍କ ସମେତ ଟାଉନ, ପୁରୁଣା ବଜାର ଆଇଆଇସି, ଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ଏକ ସାଙ୍ଗରେ ଗୋ ମାଫିଆ ଙ୍କ ଘରେ ରେଡ କରୁଛନ୍ତି ।
ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ସନ୍ଥିଆ ଠାରେ ଥିବା ଏହି ଗୋ - ମାଫିଆଙ୍କ ଚାଲିଛି ରେଡ ଏହି ଠାରେ ଦୁଇ ଜଣ ଗୋ -ମାଫିଆଙ୍କ ଘରେ ଚଳାଇଛନ୍ତି ଭଦ୍ରକ ପୋଲିସର ରେଡ । ଗୋ ମାଫିଆଙ୍କ ଘରେ ଖଣ୍ଡା, ବନ୍ଧୁକ, ୫ ଲକ୍ଷ୍ୟ ଟଙ୍କା କେସ ଓ ସୁନା ଗହଣା ବାହାରିଛି ଗୋ ମାଫିଆ ତକିଲ ଘରେ । ଗୁଜି ଦରଡ଼ାରେ ୩ , ସନ୍ଥିଆରେ ୨ ଓ ନଙ୍ଗାମହଲା ତା' ସହିତ ଅଲାଲପୁର ଠାରେ ଥିବା ଗୋ ମାଫିଆଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ।
ସେପଟ ବାଲେଶ୍ୱର ଜିଲ୍ଲା ସୋର ବାରିକପୁରରେ ଥିବା କୁଖ୍ୟାତ ଗୋ ମାଫିଆଙ୍କ ଘରେ ବାଲେଶ୍ୱର ପୋଲିସର ଚଢ଼ାଉ । ଗୋରୁ ଗାଡିକୁ ଏସ୍କଟ ଦେଉଥିବା ଗୋଟିଏ ବୋଲେରୋ ଏବଂ ଗୋଟିଏ ପିକଅପ ଜବଦ କରିଛି ପୋଲିସ । ଖନ୍ତାପଡ଼ା ଥାନା ପଣପଣା ନିକଟରେ ଗୋ ରକ୍ଷକଙ୍କୁ ଗାଡି ଚଢାଇ ମାରିବା ଘଟଣାରେ ଏହି ଗୋ ମାଫିଆର ନାଁରେ ଅଭିଯୋଗ ହୋଇଥିଲା ।
ବାଲେଶ୍ୱର ସଦର ଏସଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ଥାନା ଆଇଆଇସି ଏବଂ ବାଲେଶ୍ୱର ପୋଲିସର ବିଳମ୍ବିତ ରାତିରୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ କୁଖ୍ୟାତ ଗୋ ମାଫିଆ ଘରେ ଚାଲିଛି ରେଡ । ବର୍ତ୍ତମାନ ସୁଦ୍ଧା ଦୁଇଟି ଗାଡି ଜବତ ହୋଇଥିବା ବେଳେ ପୋଲିସ ରେଡ ଚଳାଇଛନ୍ତି l ଗୋରକ୍ଷକଙ୍କୁ ଗାଡି ଚଢାଇବା, ଜଣଙ୍କର ମୃତ୍ୟୁ ହେବା ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଆରମ୍ଭ ହୋଇଛି ପୋଲିସର ଆକ୍ସନ ।
ଏଥିସହ ପଢ଼ନ୍ତୁ: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ଯାଗାରେ ଗୋ ମାଫିଆଙ୍କ ଘରେ ପୋଲିସର ଚଢାଉ । ବଡ଼ସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ଥାନା ଅଧୀନରେ ଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁରରେ ମଧ୍ୟ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢ଼ାଉରେ ବେତନଟୀ ତହସିଲଦାର ଏସଡିପିଓ ଏବଂ ବୈଶିଙ୍ଗା ପୋଲିସ୍ ଟିମଙ୍କ ମିଳିତ ଉଦ୍ୟମରେ ଚଢ଼ାଉ ଚାଲିଥିବା ଜଣାପଡିଛି ।
ମୟୂରଭଞ୍ଜ ଜିଲ୍ଲାରେ ଗୋ-ମାଫିଆଙ୍କ ଘରେ ବ୍ୟାପକ ଚଢାଉ । ଜିଲ୍ଲାର ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ମୟୂରଭଞ୍ଜ ପୋଲିସ। ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦେଓଗାଁ ଓ ସାତପଉଟିଆ ଅଞ୍ଚଳରୁ ନଗଦ ୧୧ଲକ୍ଷ ଟଙ୍କା, ୧୨ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା, ୫ଟି ଚାରି ଚକିଆ ଓ ୪ଟି ୨ଚକିଆ ଗାଡ଼ି ଜବତ ହୋଇଛି।
ବୈଶିଙ୍ଗା ଥାନା ଅଞ୍ଚଳର ୪ଟି ସ୍ଥାନ, ରାଇରଙ୍ଗପୁର ଥାନା ଅଞ୍ଚଳର ୩ଟି ସ୍ଥାନ, ଝାରପୋଖରିଆ ଥାନା ଅଞ୍ଚଳର ୩ଟି ସ୍ଥାନ, ବାରିପଦା ଥାନା ଅଞ୍ଚଳର ୩ଟି, ଶୁଳିଆପଦା ଓ ବାଙ୍ଗରିପୋଷୀ ଥାନା ଅଞ୍ଚଳର ଗୋଟିଏ ଲେଖାଏଁ ସ୍ଥାନରେ ଏହି ଚଢାଉ ଜାରି ରହିଛି । ଶୁଳିଆପଦା ଥାନା ଅଧୀନ ଚାଉଳଧଉଣି ଠାରେ ଗୋ ମାଫିଆ ସୁଜିତ୍ ମହାପାତ୍ର ଘରେ ଚଢ଼ାଉ ଚାଲିଛି ।
📱 Get Argus News App
✨Related Topics
Explore more stories