Videos
|
Odisha

ଗୋରୁ ମାଫିଆଙ୍କ ପୋଲିସର ଗୁଳିମାଡ: ଜଣେ ଗୋରୁ ବ୍ୟବସାୟୀ ଗୁରୁତର

Ritu Das
Browse all articles by Ritu Das
·1 year ago
ଗୋରୁ ମାଫିଆଙ୍କ ପୋଲିସର ଗୁଳିମାଡ: ଜଣେ ଗୋରୁ ବ୍ୟବସାୟୀ ଗୁରୁତର

ଅର୍ଗସ ବ୍ୟୁରୋ: ଗୋରୁ ଚୋରା ଚାଲାଣ ବେଳେ ଗୋରୁ ମାଫିଆାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ପୋଲିସର ପାଲଟା ଗୁଳିଚାଳନାରେ ଜଣେ ଗୁରୁତର ହୋଇଛନ୍ତି। କେନ୍ଦୁଝର ପଣ୍ଡାପଡ଼ ଥାନା ପିଠାଗୋଳାରେ ଭୋରୁ ଚୋରା ଗୋରୁ ଗାଡ଼ିକୁ ପିଛା କରି ପୋଲିସର ଗୁଳିଚାଳନରେ ଜଣେ ଗୋରୁ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ଆଜି ସକାଳୁ ୩ଟି ପିକଅପ ଭ୍ୟାନରେ ପିଠାଗୋଳାରୁ କେନ୍ଦୁଝର ଚୋରା ଗୋରୁ ଚାଲାଣ ହେଉଥିବା ଖବର ଶୁଣି ପୋଲିସ୍ ଗାଡ଼ିକୁ ପିଛା କରୁଥିବା ସମୟରେ ଗୋରୁ ବେପାରୀ ମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। 

ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଗୋରୁ ବେପାରୀଙ୍କ ୨ଗୋଡ଼ରେ ୨ଟି ଗୁଳି ବାଜିଥିଲା। ଗୁରୁତର ଗୋରୁ ବେପାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cattle mafia police | Argus News