Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ଟି ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସର ତଦନ୍ତ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago
୨ଟି ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସର ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ବେଧଡକ ଚାଲିଛି ଗୋରୁ ଚାଲାଣ । ଜାମୁସାହି ନିକଟରୁ ୨ଟି ଗୋରୁ ବୋଝେଇ କଣ୍ଟେନର ଜବତ କଲା ପୋଲିସ । ୭୯ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମାଫିଆ ମାନଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ବେଆଇନ ଗୋରୁ ଚାଲାଣ ନେଇ ଖବର ମିଳିବା ପରେ ଏସଡିପିଓଙ୍କ ସହ ବେଗୁନିଆ ପୋଲିସ ପହଞ୍ଚି ୨ଟି ଗାଡ଼ିକୁ ଜବତ କରିଥିଲା ।

ତେବେ ପୋଲିସକୁ ଦେଖି ମାଫିଆମାନେ ଫେରାର ହୋଇଯାଇଛନ୍ତି । ବେଗୁନିଆ ଥାନା ଅଞ୍ଚଳର କୁଶୁପଲ୍ଲା ,ଜାମୁସାହି ଓ କଡବ ଅଞ୍ଚଳରେ ଗୋରୁ ଦଲାଲମାନେ ସକ୍ରିୟ ଥିବା ବେଳେ ବିଳମ୍ବିତ ରାତ୍ରିରେ ଗୋରୁଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଗୋରୁ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cattle trafficking in khordha | Argus News