|
logo
Live

Argus News - FCI ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା CBI 

Odisha

FCI ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା CBI 

Smruti Parija
Browse all articles by Smruti Parija
·1 year ago·1 min read
FCI ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା CBI 

ଭୁବନେଶ୍ୱର:  ଚାଉଳ ପରିବହନ ଟେଣ୍ଡର କେଳେଙ୍କାରୀର ଖୋଳତାଡ଼ କରୁ କରୁ ସିବିଆଇକୁ ବହୁ ଗହନ ତଥ୍ୟ ମିଳିଛି । ଖୋଦ୍ ଆକାଉଣ୍ଟସ୍ ମ୍ୟାନେଜର ତାଙ୍କ ପତ୍ନୀଙ୍କ ନାମ ବଦଳାଇ ଏହି ଏକ ଅଦୃଶ୍ୟ ସଂସ୍ଥା ନାଁରେ ଟେଣ୍ଡର ହାତେଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବାର ପ୍ରମାଣ ମଧ୍ୟ ସିବିଆଇ ହାତରେ ଲାଗିଛି । 

ସିବିଆଇ ଏଫ୍‌ସିଆଇ ଓଡ଼ିଶା ଆଞ୍ଚଳିକ ମହାପ୍ରବନ୍ଧକ ପ୍ରେମ ସିଂ ବାହାନୋଟ୍ ଓ ଆକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ', ତାଙ୍କ ପତ୍ନୀ ସୌମୀ ଭଟ୍ଟାଚାର୍ଯ୍ୟ ଓ କୋଲକାତାସ୍ଥିତ ଓଭରସିଜ୍ ଟ୍ରେଡିଂ କର୍ପୋରେସନ୍ ଅଧିକାରୀ ସୟଦ୍ ହସନେନ୍ ଅହମ୍ମଦକୁ CBI ଗିରଫ କରିଛି । 

ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସିବିଆଇ ସେମାନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି । ଏବେ ବି ଏହି ମାମଲାରେ ଆହୁରି କିଛି ଦଲାଲ ଫେରାର୍ ଥିବା ଜଣାପଡି ଥିବାବେଳେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ବି ଚଢ଼ାଉ ଜାରି ରହିଛି ବୋଲି ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୁକ୍ତମାନଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଅହେତୁକ ଅନୁକମ୍ପା, ସରକାରୀ ଅଧିକାରୀଙ୍କ ଲାଞ୍ଚ ପ୍ରଦାନ, କମର୍ସିଆଲ୍ ସଂସ୍ଥାର ଲାଞ୍ଚ କାରବାର ମାମଲାରେ ୧୨୦ (ବି), ୭, ୮, ୯, ୧୦, ୧୨ ପ୍ରିଭେନ୍‌ସନ୍‌ ଅଫ୍ କର୍‌ପସନ୍ ଆଇନ ୧୯୮୮ ଲାଗୁ କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
FCI ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା CBI  | Argus News