|
logo
Live

Argus News - ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ 

Odisha

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ 

ଭୁବନେଶ୍ୱର:  ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ବୁଧବାର ପରୀକ୍ଷା ତାରିଖ ଘୋଷଣା ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜିଠାରୁ ଆସନ୍ତା ଏପ୍ରିଲ 10 ମଧ୍ୟରେ ଆୟୋଜନ ହେବ । ବିଜ୍ଞପ୍ତି ଅନୁଯାୟୀ ୫୫ ଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ନିର୍ଦ୍ଧାରଣ କରିବାକୁ ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ସଂସ୍ଥାକୁ ଅନୁରୋଧ କରାଯାଇଛି । ଏଥର ଭାରତ ସମେତ ବିଶ୍ବର ୨୬ଟି ଦେଶରୁ ୩୯ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । 

ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା। ୨ ଘଣ୍ଟାର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ରାଜଧାନୀ ଦିଲ୍ଲୀରେ ୮୭୭ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୦ ହଜାର ୧୯୨ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ଼ ପରୀକ୍ଷା ୧୩ ମାର୍ଚ୍ଚରେ ସରୁଥିବା ବେଳେ ଯୁକ୍ତ ୨ ପିଲାମାନଙ୍କର ଏପ୍ରିଲ ୨ରେ ସରିବ। ପ୍ରଶ୍ନପତ୍ର ପ୍ରଘଟ ଗୁଜବରୁ ଦୂରେଇ ରହିବାକୁ ସିବିଏସଇ ପକ୍ଷରୁ ପବ୍ଲିକ ଆଲର୍ଟ ଜାରି ହୋଇଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ  | Argus News