ଓପନ୍ ବୁକ୍ ପରୀକ୍ଷା ପାଇଁ CBSE ର ପ୍ରସ୍ତାବ

ଅର୍ଗସ ବ୍ୟୁରୋ: ଏବେ ଚାଲିଛି ପରୀକ୍ଷା ସିଜିନ । ସେଥିପାଇଁ ଛାତ୍ରଛାତ୍ରୀ ଦିନ ରାତି ପରିଶ୍ରମ କରୁଛନ୍ତି । କିଏ ପାଠକୁ ବୁଝି ପରୀକ୍ଷା ଖାତାରେ ଲେଖୁଛି ତ କିଏ ଘୋଷିକି ପରୀକ୍ଷା ଦେଉଛି ।
ହେଲେ ଏନସିଏଫ୍ ର ସୁପାରିଶ ଅନୁଯାୟୀ ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଓପନ୍ ବୁକ୍ ପରୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛି ।
ନବମ, ଦଶମ ଶ୍ରେଣୀ ପାଇଁ ଇଂରାଜୀ, ଗଣିତ, ବିଜ୍ଞାନ ଓପନ୍ ବୁକ୍ ଟେଷ୍ଟ କରିବ । ସେହିପରି ଏକାଦଶ, ଦ୍ୱାଦଶ ଶ୍ରେଣୀ ପାଇଁ ଇଂରାଜୀ, ଗଣିତ ଓ ଜୀବନ ବିଜ୍ଞାନ ପାଇଁ ଏକ ଓପନ ବୁକ୍ ଟେଷ୍ଟର ପାଇଲଟ୍ ଚଳାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି ସିବିଏସଇ । ସବୁ ବିଦ୍ୟାଳୟରେ ଏହାକୁ ଗ୍ରହଣ କରିବେ କି ନାହିଁ ସିବିଏସଇ ନିଷ୍ପତ୍ତି ନେବ ।
ଓପନ ବୁକ୍ ପରୀକ୍ଷା ଦ୍ୱାରା ସାଧାରଣ ପରୀକ୍ଷା ଢାଞ୍ଚାରୁ ବାହାରି ଛାତ୍ରଛାତ୍ରୀଙ୍କୁ ଉଚ୍ଚସ୍ତରୀୟ ଚିନ୍ତାଧାରା ପରୀକ୍ଷଣ କରିବାକୁ ସାହାଯ୍ୟ କରିବ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
