କେନ୍ଦ୍ରାପଡ଼ା ଜିଲ୍ଲାରେ କାମ କରୁନି ସିସିଟିଭି

ଅର୍ଗସ ବ୍ୟୁରୋ : ଛକ ଛକରେ...ଗାଁ ଗାଁରେ ଲାଗିଛି ସିସିଟିଭି । ହେଲେ କାମ କିଛି କରୁନି । ସେଇଥି ଲାଗି ତ ଏହି ମୌକାରେ ଲୁଟ୍, ଛିନତାଇ କରୁଛନ୍ତି ଦୁର୍ବୃତ୍ତ । ସ୍ଥିତି ଏମିତି ହେଲାଣି ଯେ ରାଜ୍ୟର ପୁରାତନ ମୁନିସିପାଲିଟି କେନ୍ଦ୍ରାପଡ଼ାରେ ଏବେ ଡରିଡରି ରହୁଛନ୍ତି ଲୋକେ । ଏ ସମସ୍ୟା ଗୋଟିଏ କି ଦୁଇଦିନର ନୁହେଁ ବରଂ ୨ ବର୍ଷର । ହେଲେ ଏଯାଏଁ କୁମ୍ଭକର୍ଣ୍ଣ ନିଦରୁ ଉଠିନାହିଁ ପ୍ରଶାସନ ।
ମୋଟ୍ ଉପରେ ସହରର ତିନିମୁହାଣୀ ଗୁଲନଗର ବଡ଼ହାଟ କାକଟ ନୂଆବ ସଷ୍ଟାଣ୍ଡ ଶାନ୍ତସାହି ସମେତ ଗରାପୁର ଭିଆଇପି ରୋଡ଼ରେ ଲାଗିଥିବା ସିସି କ୍ୟାମେରା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ଯାହାକୁ ନେଇ ପ୍ରତିଦିନ ଅପରାଧୀ ମାନେ ନିଶାସକ୍ତ ଅବସ୍ଥାରେ ସ୍ପିଡ଼ ବାଇକ ଚଲାଇ ଦିବାଲୋକରେ ମହିଳାଙ୍କୁ ଦ୍ରୁବ୍ୟବହାର କରିବା ସହ ସୁନା ଅଳଙ୍କାର ଲୁଟ କରିବାରେ ସଫଳ ହେଉଛନ୍ତି । କିନ୍ତୁ ସବୁ ଜାଣି ଶୁଣି କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଓ ପୋଲିସ ନିଦାବିଷ୍ଣୁ ସାଜିଛନ୍ତି ।
📱 Get Argus News App
✨କେନ୍ଦ୍ରାପଡ଼ା ସହରରେ ହାର୍ଡକୋର କ୍ରିମିନାଲଙ୍କ ଅଡ୍ଡା ସ୍ଥଳ ଥିବା ବେଳେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଯାହାକୁ ନେଇ ପ୍ରଶାସନ ପୁରା ସଜାଗ ଥିବା କହୁଥିବା ବେଳେ କିନ୍ତୁ ଗ୍ରାଉଣ୍ଡ ଜିରୋ ସ୍ଥିତି କିନ୍ତୁ ଅଲଗା ।
କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଓ ମୁନିସିପାଲିଟି ପ୍ରଶାସନ ପକ୍ଷରୁ ୨୦୨୨ମାର୍ଚ୍ଚ ୧୩ ତାରିଖରେ ୩ କୋଟି ୧୩ ଲକ୍ଷ ୧୭ ହାଜର ବ୍ୟୟରେ ସିସି କ୍ୟାମେରା ସମେତ ସହର ଆଲୋକୀ କରଣ ପାଇଁ ଷ୍ଟ୍ରିଟଲାଇଟ ଲଗାଯାଇଥିଲା ତେବେ ଏସବୁ ଏବେ ଅଚଳ ହୋଇଛି ।