Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ନୀତି ରୋକିବାକୁ ଆଗାମୀ ୨ ମାସ ମଧ୍ୟରେ ସବୁ ମଣ୍ଡିରେ ଲାଗିବ ସିସିଟିଭି

Smruti Parija
Browse all articles by Smruti Parija
·2 years ago·1 min read
ଦୁର୍ନୀତି ରୋକିବାକୁ ଆଗାମୀ ୨ ମାସ ମଧ୍ୟରେ ସବୁ ମଣ୍ଡିରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଆକ୍ସନ୍ ମୋଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦୁର୍ନୀତି ରୋକିବାକୁ ଆଗାମୀ ୨ ମାସ ମଧ୍ୟରେ ସବୁ ମଣ୍ଡିରେ ସିସିଟିଭି ଲଗାଯିବ । ସବୁ ଗାଡ଼ିରେ ଜିପିଏସ ଲାଗିବ । ଯାହା ଦ୍ବାରା କେଉଁ ବ୍ୟକ୍ତି ଧାନ ଆଉ କେଉଁଠି ଅନଲୋଡ଼ କଲା କି ତାର ଖବର ଆସିପାରିବ । ତେଣୁ ଜିପିଏସ ଅନ୍ କରି ଦୁର୍ନୀତି ରୋକିବା ପାଇଁ ବିଭାଗ ଚେଷ୍ଟା କରିବ । 

ମଣ୍ଡିରୁ ଧାନ ମିଲର ପାଖକୁ ଗଲା କି ନାହିଁ ତାର ଯାଞ୍ଚ ହେବ । ୨୪ ବର୍ଷରେ ହୋଇଥିବା ଦୁର୍ନୀତି ଉପରେ ରୋକ ଲାଗିବ। କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ବୁଲି ସ୍ଥିତି ଦେଖିବାବେଳେ ଅନେକ ସମସ୍ୟା ଥିବା କହିଛନ୍ତି ମନ୍ତ୍ରୀ । ସେ ଦିଗରେ ପଦକ୍ଷେପ ନେବା ସହ ଯାହା ବି ସମସ୍ୟା ରହିଛି ତାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ଏହାସହ ରି ସାଇକେଲିଙ୍ଗ ଚାଉଳ ଯେମିତି ନହେଉ ସେ ଦିଗରେ ଜିଲ୍ଲାପାଳ ଦେଖିବେ । କଟନି ଛଟନି ଆଦୌ ହେବ ନାହିଁ । ନିର୍ଦ୍ଦେଶ ଦିଆଯାଇଛି କୃଷକମାନେ ଯେମିତି କୌଣସି ଦ୍ରବ୍ୟ ଶୀଘ୍ର ମଣ୍ଡିରେ ଦେଇଯିବେ । ଯେମିତି କୃଷକଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ପଇସା ଯିବ । ସେ ସବୁ ଦିଗରେ ଦୃଷ୍ଟି ଦିଆଯିବା ନେଇ କହିଛନ୍ତି ମନ୍ତ୍ରୀ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
CCTV will be installed in all markets in next 2 months to prevent corruption | Argus News