16 Medicines Banned / ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଅତି ବିପଜ୍ଜନକ ୧୬ ମେଡିସିନ୍; ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର
·1 hour ago·3 min read

Key Points
ଜ୍ଵର, କାଶ ହେଉ କି ରକ୍ତଚାପ ଆମେ ଖାଉଥିବା ଔଷଧର ମାନ ଠିକ୍ ଅଛି ତ ? ଗୁଣବତ୍ତା ପରୀକ୍ଷାରେ ଦେଶର ପ୍ରତିଷ୍ଠିତ ବ୍ରାଣ୍ଡେଡ୍ କମ୍ପାନୀର ୧୫୭ଟି ଔଷଧ ଫେଲ୍ ହେବା ପରେ ଏହି ପ୍ରଶ୍ନ ଉଠିଛି ।
ଭୁବନେଶ୍ଵର: ଆପଣ ଜୀବନ ବଞ୍ଚାଇବା ପାଇଁ ଯେଉଁ ଔଷଧ ଖାଉଛନ୍ତି, ତାହା ଆପଣଙ୍କୁ ମରଣ ମୁହଁକୁ ଠେଲି ଦେଉନାହିଁ ତ ? ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ଦେଶର ସର୍ବୋଚ୍ଚ ଡ୍ରଗ୍ସ ନିୟନ୍ତ୍ରକ ସଂସ୍ଥା (CDSCO) । ଗୁଣବତ୍ତା ପରୀକ୍ଷାରେ ଦେଶର ପ୍ରତିଷ୍ଠିତ ବ୍ରାଣ୍ଡେଡ୍ କମ୍ପାନୀର ୧୫୭ଟି ଔଷଧ ଫେଲ୍ ମାରିଛି ।
ଏତିକି ନୁହେଁ, ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଅତି ବିପଜ୍ଜନକ ଥିବା ୧୬ଟି ମେଡିସିନ୍ ଉପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ତାଲିକାରେ ଆମେ ନିୟମିତ ବ୍ୟବହାର କରୁଥିବା ପାରାସିଟାମଲ୍, କାଶ ସିରପ୍ ଠାରୁ ଆରମ୍ଭ କରି ଗ୍ୟାସ୍, ଡାଇବେଟିସ୍ ଏବଂ ବ୍ଲଡପ୍ରେସର ଭଳି ଅତି ଜରୁରୀ ଔଷଧ ସାମିଲ ରହିଛି ।
ଆପଣ ଅସୁସ୍ଥ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ଶୋଇ ପଡ଼ନ୍ତି ଏବଂ ଭାବନ୍ତି ଯେ ରୋଗ ଭଲ ହୋଇଯିବ । କିନ୍ତୁ ପ୍ରକୃତରେ ରୋଗ କେମିତି ଭଲ ହେବ ? କ୍ୱାଲିଟି ଟେଷ୍ଟ ବା ଗୁଣବତ୍ତା ପରୀକ୍ଷାରେ ପ୍ରତିଷ୍ଠିତ ବ୍ରାଣ୍ଡେଡ୍ କମ୍ପାନୀର ୧୫୭ଟି ଔଷଧ ଫେଲ୍ ମାରିଛି ।
ଏଥିସହ ପଢ଼ନ୍ତୁ: କେବଳ ବିଦେଶ ଯାତ୍ରା ପାଇଁ ନୁହେଁ, ବରଂ ଏହି ୧୦ ଫାଇଦା ଦେଇଥାଏ ପାସପୋର୍ଟ
ନକଲି ଔଷଧ ତ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ହେଲେ ଏବେ ଅସଲି ମେଡିସିନ୍ ନାଁରେ ମଧ୍ୟ ପ୍ରତାରଣା ଚାଲିଛି । ଆପଣ ମେଡିସିନ୍ ଦୋକାନରୁ ଯେଉଁ ଔଷଧ କିଣୁଛନ୍ତି, ଭାବୁଛନ୍ତି ତାର ଗୁଣବତ୍ତା ଠିକ୍ ଥିବ; କିନ୍ତୁ ଏହି ଭରସା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ତାର ରିପୋର୍ଟରେ ଖୁଲାସା କରିଛି ଯେ, ମେ ମାସରେ ୧୫୭ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ଫେଲ୍ ହୋଇଛନ୍ତି । ସେହିପରି ୧୬ଟି ମେଡିସିନ୍ ଉପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି।
କେତେକ ଆଣ୍ଟିବାୟୋଟିକ୍, ପେନ୍ କିଲର୍ ଏବଂ ଚର୍ମ ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ଉପରେ ଏହି ପ୍ରତିବନ୍ଧକ ଲାଗିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଔଷଧଗୁଡ଼ିକର କୌଣସି ଚିକିତ୍ସାଗତ ଉପଯୋଗିତା ନଥିଲା, ବରଂ ଏହା ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ଥିଲା ।
ଜ୍ୱର ପାଇଁ ଆପଣ ଆଣୁଥିବା ପାରାସିଟାମଲ୍ ମେଡିସିନ୍ ବେଳେ ବେଳେ କାମ କରୁନି । ଅନେକ ସମୟରେ ଡାକ୍ତରଙ୍କ ପରାମର୍ଶ ନନେଇ ମଧ୍ୟ ଆପଣ ଏହାକୁ କିଣୁଛନ୍ତି, କିନ୍ତୁ ଖରାପ ଗୁଣବତ୍ତା ଯୋଗୁଁ ଏହା ରୋଗ ଭଲ କରିପାରୁନି । ମାଂସପେଶୀ ଦରଜ ପାଇଁ ବ୍ୟବହାର କରାଯାଉଥିବା ଡାଇକ୍ଲୋଫେନାକ୍ ଜେଲ୍ ମଧ୍ୟ ଏହି ପ୍ରତିବନ୍ଧକ ଲଗାଯାଇଥିବା ୧୬ଟି ଔଷଧ ତାଲିକାରେ ସାମିଲ ଅଛି ।
ସେହିପରି କାଶ ପାଇଁ ବ୍ୟବହୃତ ଡେକ୍ସଟ୍ରୋମେଥୋରଫାନ୍ ସିରପ୍ ଏବଂ ଶ୍ୱାସରୋଗ ପାଇଁ ବ୍ୟବହୃତ ଟାଇଟ୍ରୋପିୟମ୍ ଇନହେଲର୍ ମଧ୍ୟ ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ଏହିସବୁ ମେଡିସିନ୍ ପୂର୍ବରୁ ଉତ୍ପାଦିତ ହୋଇ ସାରିଥିବାରୁ ଏବେ ବି ବଜାରରେ ଉପଲବ୍ଧ ରହିଛି । ଔଷଧ ଦୋକାନୀମାନେ ଏହାକୁ ବିକ୍ରି କରୁଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ଏହା ସ୍ୱୀକାର କରୁନାହାନ୍ତି ।
ଏଥିସହ ପଢ଼ନ୍ତୁ: ଆଉ ରହିବନି 'ସୁନା' ଚିନ୍ତା; ମିଳିଲା ୫୦ ଟନ୍ର ସୁନା ଭଣ୍ଡାର
ପେଟ ଖରାପ, ଏସିଡିଟି ଏବଂ ମଧୁମେହ ବା ଡାଇବେଟିସ୍ ପାଇଁ ବ୍ୟବହୃତ କେତେକ ମୁଖ୍ୟ ଔଷଧ ମଧ୍ୟ ଗୁଣବତ୍ତା ପରୀକ୍ଷାରେ ଫେଲ୍ ହୋଇଛି । ଯାହାକୁ ଲୋକେ ଅଜାଣତରେ କିଣି ନିଜ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି ।
ଗ୍ୟାଷ୍ଟ୍ରିକ୍ ପାଇଁ ବହୁଳ ଭାବେ ବ୍ୟବହୃତ ରାବେପ୍ରାଜୋଲ୍, ପାଣ୍ଟୋପ୍ରାଜୋଲ୍ ଏବଂ ଓମେପ୍ରାଜୋଲ୍ ମଧ୍ୟ ଏହି ଫେଲ୍ ଲିଷ୍ଟରେ ଅଛି । ସେହିପରି ଡାଇବେଟିସ୍ ପାଇଁ ଲୋକେ ନିୟମିତ ଖାଉଥିବା ମେଟଫରମିନ୍ ଏବଂ ବ୍ଲଡ ପ୍ରେସର ଓ ହୃଦରୋଗ ପାଇଁ ବ୍ୟବହୃତ ଟେଲ୍ମିସାର୍ଟନ୍, ଆମଲୋଡିପିନ୍, ରାମିପ୍ରିଲ୍ ଏବଂ ଆସପ୍ରିନ୍-୭୫mg ଭଳି ଜୀବନ ରକ୍ଷାକାରୀ ଔଷଧରେ ମଧ୍ୟ ନିମ୍ନମାନର ଗୁଣବତ୍ତା ଦେଖିବାକୁ ମିଳିଛି । ଆପଣ ଜୀବନ ବଞ୍ଚାଇବା ପାଇଁ ଯେଉଁ ଔଷଧ କିଣୁଛନ୍ତି, ସେହି ଔଷଧ ହିଁ ଆପଣଙ୍କୁ ମରଣ ମୁହଁକୁ ଠେଲି ଦେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories