Videos
|
Odisha

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦୋକାନରେ ବୁଲି ବୁଲି ଦୀପ ବାଣ୍ଟୁଛନ୍ତି ୩ ସାଙ୍ଗ

Banajyotshna Ray
Browse all articles by Banajyotshna Ray
·2 years ago
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦୋକାନରେ ବୁଲି ବୁଲି ଦୀପ ବାଣ୍ଟୁଛନ୍ତି ୩ ସାଙ୍ଗ

ଅର୍ଗସ ବ୍ୟୁରୋ: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦୋକାନ ବଜାରରେ ଦୀପ ବଣ୍ଟନ କଲେ ତିନି ଯୁବକ। ଆସନ୍ତା ୨୨ ତାରିଖ ସୋମବାର ଦିନ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବରଗଡ ଜିଲ୍ଲା ଗାଇସିଲେଟ ଠାରେ ଆଜି ତିନି ବନ୍ଧୁ ଯଜ୍ଞେଶ୍ଵର ପ୍ରଧାନ, ବିକାଶ ରଞ୍ଜନ ପାଠୀ ଏବଂ ଦିବ୍ୟଦ୍ୟୁତି ପୁରୋହିତ ଗାଇସିଲେଟ ଏବଂ କଲଙ୍ଗାପାଳିରେ ଥିବା ସମସ୍ତ ଦୋକାନ କୁ ଯାଇ ପାଞ୍ଚଟି ଲେଖାଏଁ ଦୀପ ବଣ୍ଟନ କରିଛନ୍ତି। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ସୋମବାର ଦିନ ସଂଧ୍ୟା ସମୟରେ ନିଜ ନିଜ ଘରେ ପୂଜା କରି ଦୀପ ଜାଳି ପ୍ରଭୁ ଶ୍ରୀ ରାମଙ୍କ ନାମ ଜପ କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
celebration ayodhya ram templ and Three young men shared the lamp | Argus News