Census SOP / ଜନଗଣନା ଅଧିକାରୀଙ୍କ ପାଇଁ ଆସିଲା SOP, ବିରୋଧ କଲେ ହୋଇପାରେ ୩ ବର୍ଷ ଜେଲ୍
·4 months ago·2 min read

Key Points
ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP
ଏନେଇ ସବୁ ଜିଲ୍ଲାପାଳ, ଏସ୍ପି, ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି
ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସ୍ବତନ୍ତ୍ର SOP କରାଯାଇଛି । ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି (SOP) ଜାରି ହୋଇଛି l ଏନେଇ ରାଜସ୍ବ ବିଭାଗ ସବୁ ଜିଲ୍ଲାପାଳ/SP/ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି କରିଛି ।
SOP ରେ ରହିଛି କ'ଣ ?
1. ସମସ୍ତ ଗଣନାକାରୀ ଓ ପର୍ଯ୍ୟବେକ୍ଷକ କ୍ଷେତ୍ର ପରିଦର୍ଶନ ସମୟରେ ନିଜର ଅଫିସିଆଲ୍ ପରିଚୟ ପତ୍ର ପରିଧାନ କରିବା ସହ ନିଯୁକ୍ତି ପତ୍ର ସାଙ୍ଗରେ ରଖିବା ବାଧ୍ୟତାମୂଳକ ।
2. ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଫିଲ୍ଡ କାର୍ଯ୍ୟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।
3. ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ସହ ORS ବ୍ୟବହାର କରିବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
4. ନିଛାଟିଆ କିମ୍ବା ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଗଣନାକାରୀମାନେ ଯୋଡ଼ି ହୋଇ (ଜଣେ ପରେ ଜଣେ) କାର୍ଯ୍ୟ କରିପାରିବେ ।
5. ପ୍ରତି ଘଣ୍ଟାରେ ପର୍ଯ୍ୟବେକ୍ଷକମାନେ ଗଣନାକାରୀଙ୍କ ସହ ଯୋଗାଯୋଗ କରି କାର୍ଯ୍ୟର ସ୍ଥିତି ଓ ସୁରକ୍ଷା ସମ୍ବନ୍ଧରେ ସୂଚନା ନେବେ ।
6. ଯଦି କୌଣସି ସ୍ଥାନରେ ବିରୋଧ କିମ୍ବା ବିପଦର ଆଶଙ୍କା ଥାଏ, ତେବେ ଗଣନାକାରୀ ସେଠାରୁ ତୁରନ୍ତ ଚାଲିଆସିବେ ଏବଂ ପରେ ପୋଲିସ ସୁରକ୍ଷା ସହ ସେହି ସ୍ଥାନକୁ ପରିଦର୍ଶନ କରିବେ ।
7.ଗଣନାକାରୀଙ୍କ ନାମ ଓ ଯୋଗାଯୋଗ ନମ୍ବର ସ୍ଥାନୀୟ ଥାନାକୁ ପ୍ରଦାନ କରାଯିବ ଏବଂ କର୍ମଚାରୀଙ୍କୁ ମଧ୍ୟ ଥାନାର ନମ୍ବର ଯୋଗାଇ ଦିଆଯିବ ।

8. ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ଗଣନାକାରୀଙ୍କ ସହ ଜଣେ ପୋଲିସ କର୍ମଚାରୀ ନିୟୋଜିତ ହେବେ ।
9. କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଗୋଷ୍ଠୀ ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ସମର୍ଥନ ଲୋଡ଼ିବାକୁ ପରାମର୍ଶ ଦିଆଯାଇଛି।

10. ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କଲେ 'ଜନଗଣନା ଆଇନ ୧୯୪୮' ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।
Related Topics
Explore more stories