Census Duty Mandatory / ଜନଗଣନାରେ ଶିକ୍ଷକ ଓ ସ୍କୁଲ କର୍ମଚାରୀ କାର୍ଯ୍ୟକରିବା ଅନିବାର୍ଯ୍ୟ
·4 months ago·2 min read

Key Points
ଜନଗଣନା କାମରେ ଶିକ୍ଷକଙ୍କୁ ଅଟକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଜନଗଣନାରେ ଶିକ୍ଷକ ଓ ସ୍କୁଲ କର୍ମଚାରୀ କାର୍ଯ୍ୟକରିବା ଅନିବାର୍ଯ୍ୟ
ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ

୦୬/୦୫, ଭୁବନେଶ୍ବର: ଜନଗଣନା କାମରେ ଶିକ୍ଷକଙ୍କୁ ଅଟକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଜନଗଣନା ୨୦୨୭ କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ଅନିବାର୍ଯ୍ୟ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ।କେତେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ଜନଗଣକାରୀ ଓ ସୁପରଭାଇଜର ଭାବେ କାମ କରିବାରେ ବାଧା ଦେଉଥିବା ନେଇ ସରକାରଙ୍କ ନଜରକୁ ଆସିଛି।
ଜନଗଣନା କାର୍ଯ୍ୟ ‘ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ବାଧ୍ୟତାମୂଳକ ଓ ବୈଧ କାର୍ଯ୍ୟ ବୋଲି ପତ୍ରରେ ଉଲ୍ଲେଖ।ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି। ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ। ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ। ନିର୍ଦ୍ଦେଶ ଅମାନ୍ୟ କିମ୍ବା ଅବହେଳା କରିଲେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ପଢନ୍ତୁ ଏହି ଖବର: ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ, ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ
ସେପଟେ ପୁର୍ବରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସ୍ବତନ୍ତ୍ର SOP କରାଯାଇଥିଲା। ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି (SOP) ଜାରି ହୋଇଥିଲା l ଏନେଇ ରାଜସ୍ବ ବିଭାଗ ସବୁ ଜିଲ୍ଲାପାଳ/SP/ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
SOP ରେ କଣ ରହିଛି
1.ସମସ୍ତ ଗଣନାକାରୀ ଓ ପର୍ଯ୍ୟବେକ୍ଷକ କ୍ଷେତ୍ର ପରିଦର୍ଶନ ସମୟରେ ନିଜର ଅଫିସିଆଲ୍ ପରିଚୟ ପତ୍ର ପରିଧାନ କରିବା ସହ ନିଯୁକ୍ତି ପତ୍ର ସାଙ୍ଗରେ ରଖିବା ବାଧ୍ୟତାମୂଳକ।
2. ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଫିଲ୍ଡ କାର୍ଯ୍ୟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।
3. ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ସହ ORS ବ୍ୟବହାର କରିବାକୁ କୁହାଯାଇଛି।
4. ନିଛାଟିଆ କିମ୍ବା ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଗଣନାକାରୀମାନେ ଯୋଡ଼ି ହୋଇ (ଜଣେ ପରେ ଜଣେ) କାର୍ଯ୍ୟ କରିପାରିବେ
5. ପ୍ରତି ଘଣ୍ଟାରେ ପର୍ଯ୍ୟବେକ୍ଷକମାନେ ଗଣନାକାରୀଙ୍କ ସହ ଯୋଗାଯୋଗ କରି କାର୍ଯ୍ୟର ସ୍ଥିତି ଓ ସୁରକ୍ଷା ସମ୍ବନ୍ଧରେ ସୂଚନା ନେବେ ।
6. ଯଦି କୌଣସି ସ୍ଥାନରେ ବିରୋଧ କିମ୍ବା ବିପଦର ଆଶଙ୍କା ଥାଏ, ତେବେ ଗଣନାକାରୀ ସେଠାରୁ ତୁରନ୍ତ ଚାଲିଆସିବେ ଏବଂ ପରେ ପୋଲିସ ସୁରକ୍ଷା ସହ ସେହି ସ୍ଥାନକୁ ପରିଦର୍ଶନ କରିବେ ।
7.ଗଣନାକାରୀଙ୍କ ନାମ ଓ ଯୋଗାଯୋଗ ନମ୍ବର ସ୍ଥାନୀୟ ଥାନାକୁ ପ୍ରଦାନ କରାଯିବ ଏବଂ କର୍ମଚାରୀଙ୍କୁ ମଧ୍ୟ ଥାନାର ନମ୍ବର ଯୋଗାଇ ଦିଆଯିବ।
8. ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ଗଣନାକାରୀଙ୍କ ସହ ଜଣେ ପୋଲିସ କର୍ମଚାରୀ ନିୟୋଜିତ ହେବେ।
9. କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଗୋଷ୍ଠୀ ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ସମର୍ଥନ ଲୋଡ଼ିବାକୁ ପରାମର୍ଶ ଦିଆଯାଇଛି।
10. ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କଲେ 'ଜନଗଣନା ଆଇନ ୧୯୪୮' ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।

Related Topics
Explore more stories