Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ, ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ

Odisha

Supreme Court Decision / ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ, ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ, ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ
Supreme Court

Key Points

ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ
ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ
ବେଆଇନ ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଅ
ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା  ନିର୍ଦ୍ଦେଶ.
୦୬/୦୫,ନୁଆଦିଲ୍ଲୀ :ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ବେଆଇନ ପାର୍କିଂ ଉପରେ ରୋକ୍: ଜାତୀୟ ରାଜପଥରେ ଭାରୀ କିମ୍ବା ବ୍ୟବସାୟିକ ଯାନଗୁଡ଼ିକ ଏଣିକି ଯେଉଁଠି ସେଇଠି ପାର୍କିଂ କରିପାରିବେ ନାହିଁ। କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ପାର୍କିଂ କରିବାକୁ ଅନୁମତି ମିଳିବ। ଏହାକୁ ATMS ଏବଂ ଇ-ଚାଲାଣ ମାଧ୍ୟମରେ କଡ଼ାକଡ଼ି ନଜର ରଖାଯିବ। ସାରା ଦେଶରେ ଯେତିକି ରାସ୍ତା ଅଛି ତା’ର ମାତ୍ର ୨% ଜାତୀୟ ରାଜପଥ। ହେଲେ ସଡ଼କ ଦୁର୍ଘଟଣା‌ରେ ଯେତିକି ମୃତ୍ୟୁ ହେଉଛି ତା’ର ୩୦% ଜାତୀୟ ରାଜପଥରେ ହେଉଛି। ସେଥିପାଇଁ ୬୦ ଦିନରେ ଜବରଦଖଲ ହଟାଇବା : ରାଜପଥ କଡ଼ରେ ଥିବା ବେଆଇନ ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟିମ୍ ନିୟମିତ ଭାବେ ସଡ଼କ ସୁରକ୍ଷାର ସମୀକ୍ଷା କରିବେ। NHAI କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରତି ୭୫ କିଲୋମିଟର ବ୍ୟବଧାନରେ ଆମ୍ବୁଲାନ୍ସ ଏବଂ ରିକଭରି କ୍ରେନ୍ ମୁତୟନ କରାଯିବ। ଆସନ୍ତା ୪୫ ଦିନ ମଧ୍ୟରେ ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ବା 'Blackspots' ଚିହ୍ନଟ କରି ସେଠାରେ ହାଇ-ଇଣ୍ଟେନସିଟି ଲାଇଟ୍ ଏବଂ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପଢନ୍ତୁ ଏହି ଖବର: ଜାମିନ ସର୍ଭରେ ଥାନା ସଫେଇ ବେଆଇନ, ହାଇକୋର୍ଟ ଓ ରାୟଗଡ଼ା ନିମ୍ନ ଅଦାଲତଙ୍କ ସର୍ତ୍ତ ରଦ୍ଦ କଲେ ସୁପ୍ରିମକୋର୍ଟ

ଜାତୀୟ ରାଜପଥର ମଧ୍ୟ ଭାଗରୁ ୪୫ ମିଟର ପର୍ଯ୍ୟନ୍ତ କୌଣସି ଆବାସିକ, ୭୫ ମିଟର ପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ହେବନି କି ଏଥିପାଇଁ ଜମିର କିସମ ପରିବର୍ତ୍ତନ ହେବନି। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଗତବର୍ଷ ନଭମ୍ବେର ମାସରେ ରାଜସ୍ଥାନର ଫାଲୋଡି ଏବଂ ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୩୪ ଜଣଙ୍କର ମୃତ୍ୟୁ ହେବା ପରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରି ସବୁ ରାଜ୍ୟକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଇବା ପରେ ପରିବହନ ବିଭାଗ ପ୍ରମୁଖ ସଚିବ ଏନ୍‌ବିଏସ୍ ରାଜପୁତ ଏନେଇ ପୁଲିସ ଡିଜି, ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ପରିବହନ କମିସନର, ପୁଲିସ କମିସନର, ସ୍ବାସ୍ଥ୍ୟ ସଚିବ, ସମସ୍ତ ଜିଲ୍ଲାପାଳ, ଏସ୍‌ପି ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖି କେଉଁ କେଉଁ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହେବ ଜଣାଇଛନ୍ତି। ଏହାସହ ଖୁବ୍‌ ଶୀଘ୍ର ଏନେଇ ମୁଖ୍ୟ ସଚିବ ସମୀକ୍ଷା କରିବାକୁ ଥିବାରୁ ସମସ୍ତ ପଦକ୍ଷେପ ଜନିତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court Decision | Supreme Court Orders Crackdown on Illegal Parking and Encroachments on National Highways | Argus News