Digital Census / ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ସ୍ବ-ଗଣନା
·2 hours ago·2 min read

Key Points
ଜନ ଗଣନାକୁ ନେଇ ଆସିଲା ବଡ଼ ଅପଡେଟ
ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନିଜର ଜନ ଗଣନା
ସୂଚନା ଦେଲେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ

ଜନ ଗଣନାକୁ ନେଇ ଆସିଲା ବଡ଼ ଅପଡେଟ । ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନିଜର ଜନ ଗଣନା । ଡିଜିଟାଲ ପ୍ରକ୍ରିୟାରେ ଜନ ଗଣନା କରିଥିବା ନେଇ ସୂଚନା ଦେଲେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ।
ସେପଟେ କେମିତି ଚାଲିଛି ଜନଗଣନା ବୈଠକ ଡାକି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନା ସମନ୍ୱୟ କମିଟିର ଦ୍ଵିତୀୟ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ହୋଇଥିଲେ ସାମିଲ । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଉଭୟ ମୁଖ୍ୟ ଶାସନ ସଚିବ ଓ ଜନଗଣନା ନିର୍ଦ୍ଦେଶକ ।
୨୦୧୧ ମସିହାରେ ଶେଷ ଥର ପାଇଁ ହୋଇଥିଲା ଜନଗଣନା । ଏହାର ୧୫ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଦେଶର ନାଗରିକଙ୍କ ସଂଖ୍ୟା ଗଣନା ପ୍ରକ୍ରିୟା । କେବଳ ନାଗରିକଙ୍କ ସଂଖ୍ୟା ନୁହେଁ, ସେମାନଙ୍କ ସମ୍ପର୍କିତ ୩୩ଟି ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ଆଜି ଠାରୁ ଜନଗଣନା ଆରମ୍ଭ ହୋଇଥିବା ବେଳେ, ଓଡ଼ିଶାରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟର ପ୍ରଥମ ନାଗରିକ ଭାବେ ସ୍ୱଗଣନା କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କଟକ ମହାନଗର ନିଗମ ମେୟର ସୁବାସ ସିଂ ପ୍ରମୁଖ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ପଢନ୍ତୁ ଏହି ଖବର: ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା, ଘର, ଗାଡି, ଜମିବାଡ଼ି ଓ LPG ତଥ୍ୟ ସରକାରଙ୍କୁ ଦିଆଯିବ ତଥ୍ୟ
ଜନଗଣନା ପାଇଁ ନାଗରିକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡ଼ି, ଜମିବାଡ଼ି, ଏଲ୍ପିଜି, ଇଣ୍ଟରନେଟ୍ ସୁବିଧା, ମୋବାଇଲ୍ ଫୋନ୍ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ଅନଲାଇନରେ ସ୍ୱଗଣନା କରିପାରିବେ ସାଧାରଣ ଜନତା । ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ୍se.census.gov.inକୁ ଯାଇ ଦେଇପାରିବେ ।
ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ । ଡିଜିଟାଲ୍ ଆପ୍ ମାଧ୍ୟମରେ ହେବ ଡୋର୍ ଟୁ ଡୋର୍ ଜନଗଣନା । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଜନଗଣନାକାରୀ ଭାବେ ସାମିଲ ହୋଇଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସୁପରଭାଇଜର । ଘରକୁ ଘର ବୁଲି ସେମାନେ କିଭଳି ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କରିପାରିବେ ଏବଂ ତାକୁ ଦାଖଲ କରିପାରିବେ ସେଥିପାଇଁ ସେମାନଙ୍କୁ ତାଲିମ ଦିଆଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories