|
logo
Live
Argus News App
GET APP

Argus News - କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ

Odisha

Union Budget / କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ

Sushanta Sahoo
Browse all articles by Sushanta Sahoo
·2 months ago·2 min read
କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ
Odisha in Focus as Centre Announces Key Projects

Key Points

ନିର୍ମଳାଙ୍କ ନବମ ବଜେଟ୍‌ରେ ଓଡ଼ିଶା ପାଇଁ ୩ଟି ଘୋଷଣା ହୋଇଛି । ବଜେଟ୍‌ରେ ନିର୍ମଳା ଯୁବ ଶକ୍ତି ଉପରେ ଗୁରୁତ୍ଵ ଦେଇଛନ୍ତି ।
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ନିର୍ମଳାଙ୍କ ନବମ ବଜେଟ୍‌ରେ ଓଡ଼ିଶା ପାଇଁ ୩ଟି ଘୋଷଣା ହୋଇଛି । ବଜେଟ୍‌ରେ ନିର୍ମଳା ଯୁବ ଶକ୍ତି ଉପରେ ଗୁରୁତ୍ଵ ଦେଇଛନ୍ତି ।

ଦୁର୍ଲଭ ମୃତ୍ତିକା କରିଡର

ବଜେଟ୍‌ରେ ଓଡ଼ିଶା ପାଇଁ ୩ଟି ଘୋଷଣା କରାଯାଇଛି । ଯେଉଁଥିରେ ଦୁର୍ଲଭ ମୃତ୍ତିକା କରିଡର (Rare Earth Corridors) ଯାହାକି ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଭଳି ଖଣିଜ ସମ୍ପଦ ଭରା ରାଜ୍ୟରେ ସ୍ଥାପନ କରାଯିବ । ଯାହାଦ୍ଵାରା ଏସବୁ ରାଜ୍ୟରେ ଖଣିଜ ଉତ୍ତୋଳନ ବଢ଼ିବା ସହ ପରବର୍ତ୍ତୀ ପ୍ରକ୍ରିୟା ଏବଂ ଉତ୍ପାଦନ ବୃଦ୍ଧି ପାଇବ ।

ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ୍ ୨୦୨୬; ମହଙ୍ଗା ହେଲା ମଦ; ଶସ୍ତା ହେଲା ଟିଭି, ଫ୍ରିଜ୍

ଜଳପଥ ଓ ପରିବହନ

ଜଳପଥରେ ପରିବହନକୁ ବଜେଟ୍‌ରେ ଗୁରୁତ୍ଵ ମିଳିଛି । ଯେଉଁଥିରେ ସରକାର ୨୦ଟି ନୂତନ ଜାତୀୟ ଜଳପଥ ଆଗାମୀ ୫ ବର୍ଷରେ କାର୍ଯ୍ୟକ୍ଷମ କରିବେ । ଜାତୀୟ ଜଳପଥ-୫ରେ ଓଡ଼ିଶାକୁ ସାମିଲ୍ କରାଯିବ । ଖଣିଜ ସମ୍ପଦରେ ଭରା ତାଳଚେର ଏବଂ ଅନୁଗୁଳ ସହ ସିଳ୍ପ ନଗରୀ କଳିଙ୍ଗନଗରରୁ ପାରାଦୀପ ଏବଂ ଦାମରା ଏଥିରେ ସାମିଲ୍ ହେବ ।

ଏଥିପାଇଁ ଆଞ୍ଚଳିକ ତାଲିମ୍ ପ୍ରତିଷ୍ଠାନ ପ୍ରତିଷ୍ଠାନ କରାଯିବ । ଯେଉଁଠି ଆବଶ୍ୟକ ମାନବସମ୍ବଳକୁ ତାଲିମ୍ ଦିଆଯିବ । ଏଥିସହ ଏକ ସିପ୍ ରିପେୟାର୍ ଇକୋସିଷ୍ଟମ ବାରଣାସୀ ଏବଂ ପାଟନାରେ ପ୍ରତିଷ୍ଠା କରାଯିବ । ଏହାଦ୍ଵାରା ଭାରତ ଭାରତ ୨୦୪୭ ସୁଦ୍ଧା ଜଳପଥରେ ୬ରୁ ୧୨ ପ୍ରତିଶତ ସାମଗ୍ରୀ ପରିବହନ ଲକ୍ଷ୍ୟ ରଖିଛି ।

ବନ୍ୟପ୍ରାଣୀ ପର୍ଯ୍ୟଟନ

ବନ୍ୟପ୍ରାଣୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଵତନ୍ତ୍ର ଭ୍ରମଣ ପଥ ବା ଟ୍ରେଲ୍ (Trails) ନିର୍ମାଣ କରାଯିବ । ଏଥିରେ ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳର ସମୁଦ୍ର କୂଳରେ ଥିବା କଇଁଛମାନଙ୍କ ଅଣ୍ଡାଦାନ ସ୍ଥଳନକୁ ନେଇ ଟର୍ଟଲ୍ ଟ୍ରେଲ୍ସ ଏବଂ ପୁଲିକାଟ ହ୍ରଦ ନିକଟରେ ପକ୍ଷୀ ନିରୀକ୍ଷଣ ପାଇଁ ସ୍ଵତନ୍ତ୍ର ପଥ ପ୍ରସ୍ତୁତ କରାଯିବ ।

ଏଥିସହ ପଢ଼ନ୍ତୁ: ବଜେଟ୍‌ ପରେ ଭୁଶୁଡ଼ିଲା ସେୟାର ବଜାର, ଖସିଲା ସେନସେକ୍ସ

କ'ଣ କହିଲେ ନିର୍ମଳା ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଅର୍ଥନୀତିକୁ ଦ୍ରୁତ ଗତିରେ ବୃଦ୍ଧି କରିବା । ଏହି ଅଶାନ୍ତ ବିଶ୍ୱ ପରିବେଶରେ ଆମକୁ ସ୍ଥିର ରହିବାକୁ ପଡ଼ିବ। ବଜେଟ୍ ପ୍ରତ୍ୟେକ ଗରିବ ଲୋକଙ୍କୁ ଲାଭ ପହଞ୍ଚାଇବା ଉଚିତ । ରିଫର୍ମ ଏକ୍ସପ୍ରେସ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଏହାର ଗତି ବଜାୟ ରଖିବ । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।"

ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Budget: କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ | Argus News