Union Budget Highlights / କେନ୍ଦ୍ରୀୟ ବଜେଟ୍ ୨୦୨୬; ମହଙ୍ଗା ହେଲା ମଦ; ଶସ୍ତା ହେଲା ଟିଭି, ଫ୍ରିଜ୍
·7 months ago·3 min read

Key Points
ବଜେଟ୍ରେ କଣ ମହଙ୍ଗା ହେଲା ଓ କଣ ଶସ୍ତା
ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମହଙ୍ଗା ହେଲା ମଦ
ଟିଭି, ଫ୍ରିଜ୍ ହେଲା ଶସ୍ତା
ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମହଙ୍ଗା ହେଲା ମଦ
ଟିଭି, ଫ୍ରିଜ୍ ହେଲା ଶସ୍ତା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ରବିବାର) ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ସେ ନିଜ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ସାଧାରଣତଃ ବଜେଟ୍ ଆସିଲେ ମଧ୍ୟବିତ୍ତମାନେ କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ ତାହା ଉପରେ ବିଶେଷ ଭାବରେ ନଜର ରଖିଥାନ୍ତି । ତେବେ ଚଳିତ ବଜେଟ୍ରେ ମଧ୍ୟ ଏ ନେଇ ନିର୍ମଳା ଘୋଷଣା କରିଛନ୍ତି ।
ପ୍ରତିବର୍ଷ ସରକାର ଘରୋଇ ଉତ୍ପାଦନକୁ ସମର୍ଥନ କରିବା, ଆମଦାନୀ ନିୟନ୍ତ୍ରଣ କରିବା ଏବଂ ଚାହିଦା ବୃଦ୍ଧି କରିବା ପାଇଁ ସୀମା ଶୁଳ୍କ ଏବଂ ଉତ୍ପାଦ ଶୁଳ୍କର ସନ୍ତୁଳନ ରକ୍ଷା କରନ୍ତି । ଯେତେବେଳେ ଶୁଳ୍କ ହ୍ରାସ କରାଯାଏ, ସାଧାରଣତଃ ଗ୍ରାହକମାନଙ୍କ ପାଇଁ ମୂଲ୍ୟ ହ୍ରାସ ପାଏ । ଯେତେବେଳେ ଶୁଳ୍କ ବୃଦ୍ଧି କରାଯାଏ, କିଛି ଜିନିଷ ମହଙ୍ଗା ହୋଇଯାଏ । ଏଥର ଅନେକ ଜିନିଷ ଶସ୍ତା ହୋଇଥିବାବେଳେ ମଦ ମହଙ୍ଗା ହୋଇଛି ।
କଣ ଶସ୍ତା ହେଲା ?
ମୌଳିକ ସୀମା ଶୁଳ୍କ ଓ ଅନ୍ୟାନ୍ୟ ଟିକସ ଛାଡ଼ ଯୋଗୁଁ ଅନେକ ସାମଗ୍ରୀ ଶସ୍ତା ହେବାକୁ ଯାଉଛି । ସେଗୁଡ଼ିକ ହେଉଛି:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅତ୍ୟାବଶ୍ୟକୀୟ ଔଷଧ: ମୌଳିକ ସୀମା ଶୁଳ୍କ ଛାଡ଼ ଯୋଗୁଁ ୧୭ଟି କର୍କଟ ଔଷଧ ଏବଂ କିଛି ମଧୁମେହ ଔଷଧ ଅଧିକ ସୁଲଭ ହେବ ।
ଇଲେକ୍ଟ୍ରୋନିକ୍ସ: ସ୍ମାର୍ଟଫୋନ, ଇଭି ବ୍ୟାଟେରୀ ଏବଂ ସୌର ପ୍ୟାନେଲ ଶସ୍ତା ହେବ ।
ଚମଡ଼ା ସାମଗ୍ରୀ: ଚମଡ଼ାରୁ ତିଆରି ଉତ୍ପାଦ ଯେପରିକି ଜୋତା, ବ୍ୟାଗ୍ ଅଧିକ ସୁଲଭ ହେବ।
ଭ୍ରମଣ: ବିଦେଶ ପର୍ଯ୍ୟଟନ ପ୍ୟାକେଜଗୁଡ଼ିକ ଶସ୍ତା ହେବ ।
ଶିକ୍ଷା: ବିଦେଶୀ ଶିକ୍ଷା ଖର୍ଚ୍ଚ ଅଧିକ ସୁଲଭ ହେବ ।
କ୍ରୀଡା ଉପକରଣ: କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡା ସାମଗ୍ରୀ ଅଧିକ ସୁଲଭ ହେବ ।
ଖାଦ୍ୟପାନୀୟ: ବାୟୋଗ୍ୟାସ୍ ଆଧାରିତ ସିଏନଜି ଅଧିକ ଶସ୍ତା ହେବ ।
ବିମାନ ସାମଗ୍ରୀ: ବିମାନରେ ବ୍ୟବହୃତ ସାମଗ୍ରୀ ପୂର୍ବାପେକ୍ଷା ଶସ୍ତା ହେବ ।
ପରମାଣୁ ଶକ୍ତି: ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକୁ ମୌଳିକ ସୀମା ଶୁଳ୍କରୁ ମୁକ୍ତ କରାଯିବ । ଫଳରେ ଏହା ଶସ୍ତା ହେବ ।
ମାଇକ୍ରୋୱେଭ୍ ଓଭେନ୍: ମାଇକ୍ରୋୱେଭ୍ ଓଭେନ୍ ତିଆରି ପାଇଁ ବ୍ୟବହୃତ ଅଂଶଗୁଡ଼ିକ ମୌଳିକ ସୀମା ଶୁଳ୍କରୁ ମୁକ୍ତ ହେବା ଯୋଗୁଁ ଏହା ଶସ୍ତା ହେବ ।
ବୈଦ୍ୟୁତିକ ଯାନ: ବ୍ୟାଟେରୀ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ଉପରେ ଟିକସ ହ୍ରାସ କରାଗଲେ ବୈଦ୍ୟୁତିକ କାର ଏବଂ ଦୁଇଚକିଆ ଯାନ ଅଧିକ ସୁଲଭ ହୋଇପାରିବ।
ଜୀବନ ରକ୍ଷାକାରୀ ଔଷଧ: ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଏବଂ ଜୀବନ ରକ୍ଷାକାରୀ କର୍କଟ ଔଷଧ ଶସ୍ତା ହେବ ।
ଘରୋଇ ଇଲେକ୍ଟ୍ରୋନିକ୍ସ: ଟେଲିଭିଜନ ଏବଂ ରେଫ୍ରିଜିରେଟର ଭଳି ଘରୋଇ ଇଲେକ୍ଟ୍ରୋନିକ୍ସର ମୂଲ୍ୟ ହ୍ରାସ ପାଇପାରେ ।

କଣ ହେଲା ମହଙ୍ଗା ?
ମାଦକ ଦ୍ରବ୍ୟ: ମଦ, ସିଗାରେଟ ପରି ନିଶା ଦ୍ରବ୍ୟ ଅଧିକ ମହଙ୍ଗା ହେବ । ପାନ ମସଲା ଓ ତମାଖୁ ଜାତୀୟ ପଦାର୍ଥ ମଧ୍ୟ ପୂର୍ବାପେକ୍ଷା ଅଧିକ ମହଙ୍ଗା ହେବ ।
ବିଦେଶୀ କାର: ଅନ୍ୟ ଦେଶରୁ ଆମଦାନୀ ହେଉଥିବା ପ୍ରିମିୟମ କାର ଉପରେ ଟ୍ୟାକ୍ସ ବଢିବା ଯୋଗୁଁ ଏହା ମଧ୍ୟ ମହଙ୍ଗା ହେବ ।
କସମେଟିକ୍ସ: ବାହାର ଦେଶରୁ ଆମଦାନୀ ହେଉଥିବା ଲଗଜରୀ ବ୍ୟୁଟି ପ୍ରଡକ୍ଟ୍ସ ଯେପରିକି ଅତର, ମେକଅପ୍ ସାମଗ୍ରୀ ମହଙ୍ଗା ହେବ ।
ସୁନାରୁପା: ଯଦି ଆମଦାନୀ ଶୁଳ୍କରେ କୌଣସି ପରିବର୍ତ୍ତନ ହୁଏ, ତେବେ ଭବିଷ୍ୟତରେ ସୁନା ଓ ରୁପା ଅଳଙ୍କାର ମଧ୍ୟ ମହଙ୍ଗା ହେବ ।
ଖୁବଶୀଘ୍ର ବଜାରରେ ମଦ ମହଙ୍ଗା ହେବାକୁ ଯାଉଛି । ଯଦି ଆମେ ତଥ୍ୟ ଦେଖିବା ତେବେ ଭାରତରେ ପ୍ରାୟ ୧୬ କୋଟି ଲୋକେ ମଦ୍ୟପାନ କରନ୍ତି । ତେବେ ସର୍ବାଧିକ ସହରାଞ୍ଚଳରେ ମଦପାନ କରାଯାଏ । ଏଥିରେ ପୁରୁଷଙ୍କ ସଂଖ୍ୟା ୨୨.୪%ରୁ ୨୭.୩% ଥିବାବେଳେ ମହିଳାଙ୍କ ସଂଖ୍ୟା ୨ ପ୍ରତିଶତ ରହିଛି । ତେବେ ମଦ ମହଙ୍ଗା ହେବା ପରେ ଏହି ବର୍ଗ ପ୍ରଭାବିତ ହେବେ ।
ଏଥିସହ ପଢନ୍ତୁ: ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ, ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ

Related Topics
Explore more stories