ଦୁର୍ଗମରେ କେନ୍ଦ୍ର ସରକାରଙ୍କ ନିଆରା ପ୍ରୟାସ, ଗାଁ ଗାଁରେ ପହଂଚୁଛି ମାଗଣା ସ୍ୱାସ୍ଥ୍ୟ ସେବା

ଅର୍ଗସ ବ୍ୟୁରୋ: ଦୁର୍ଗମରେ କେନ୍ଦ୍ର ସରକାରଙ୍କ ନିଆରା ପ୍ରୟାସ, ଗାଁ ଗାଁରେ ପହଂଚୁଛି ମାଗଣା ସ୍ବାସ୍ଥ୍ୟ ସେବା । ଆଜିର ଶିଶୁ କାଲିର ନାଗରିକ ଏବଂ ଶିଶୁର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ କରି ସଫଳ ମଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର, ବିଭିନ୍ନ ସମୟରେ ଆମେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ଆମେ ସାମ୍ନାକୁ ଆଣିଥାଉ । କିନ୍ତୁ କେନ୍ଦ୍ର ସରକାରଙ୍କ ଏକ ସ୍ଵାଗତ ଯୋଗ୍ୟ ନିଆରା ପ୍ରୟାସ csc bal swastya camp, ଏହି କ୍ୟାମ୍ପରେ କୋଟପାଡ଼ ବ୍ଲକର ବିଭିନ୍ନ ଗ୍ରାମ ମାନଂକରେ ଶିଶୁ ବିଶେଷଜ୍ଞ ଡ଼କ୍ଟର ମାନଂକ ଦ୍ୱାରା ଜନ୍ମରୁ 10 ବର୍ଷର ଶିଶୁ ମାନଂକ ମାଗଣା ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରାଯାଉଛି l
ସି.ଏସ.ସି ଅର୍ଥାତ ଜନ ସେବା କେନ୍ଦ୍ର,କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏକ ସଂସ୍ଥା,ଏହା ବହୁ ବର୍ଷ ଧରି ଉପାନ୍ତୁରୁ ଉପକୃଳ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ସେବା ଯୋଗାଇ ଆସୁଛି,ପ୍ରତି ପଞ୍ଚାୟତ ମାନଂକରେ ଜନ ସେବା କେନ୍ଦ୍ର ମାନ ଗଢ଼ି ଉଠିଛି, ବିଶ୍ୱକର୍ମା ଯୋଜନା, ପିଏମ କିସାନ ଯୋଜନା, ଧନଜନ ଯୋଜନା, ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ମାଗଣା ଶିକ୍ଷା ଏବଂ ସ୍ବାସ୍ୟ ସେବା ଯୋଗାଇ ଆସୁଛନ୍ତି ।
କିଛି ଦିନ ହେଲା ଢାମଣାହାଣ୍ଡି ପଞ୍ଚାୟତର ଜନ ସେବା କେନ୍ଦ୍ରର ଆନୁକୂଲ୍ୟରେ କୋଟପାଡ଼ ବ୍ଲକର ଗୁଆଳି, ନୁଆଁଗାଁ,ଷଣ୍ଢଗାଁ, ନାରାହାଣ୍ଡି, ଢାମଣାହାଣ୍ଡି ପଞ୍ଚାୟତ ମାନଂକରେ csc bal swastya camp ମାଧ୍ୟମରେ ଜନ୍ମରୁ 10 ବର୍ଷର ଶିଶୁମାନଂକୁ ମାଗଣା ସ୍ବାସ୍ୟ ସେବା ଯୋଗାଇବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଉଛି ।ଯେଉଁ ମାନଙ୍କ ଘର ଠାରୁ ମେଡିକାଲର ଦୂରତା ଅଧିକ ରହିବା ଯୋଗୁଁ ଯାଇ ପାରୁ ନ ଥିଲେ ସେମାନେ ଗାଁ ମାନଙ୍କରେ csc bal swastya camp ହେବା ଯୋଗୁଁ ସ୍ୱାସ୍ଥ୍ୟ ସେବା ପାଇବା ସହ ଜନ ସେବା କେନ୍ଦ୍ର ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି l
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: