|
logo
Live

Argus News - ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧୂଆଁଧାର ଆଟାକ୍

Odisha

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧୂଆଁଧାର ଆଟାକ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧୂଆଁଧାର ଆଟାକ୍

ଅର୍ଗସ ବ୍ୟୁରୋ:  ସୋନପୁର ସଭାରୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧୂଆଁଧାର ଆଟାକ୍ । ସିଧାସିଧା ନବୀନଙ୍କୁ କାମର ହିସାବ ମାଗି ପ୍ରବଳ ବର୍ଷିଛନ୍ତି ସମ୍ବଲପୁରର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ପଟ୍ଟନାୟକ ହିଞ୍ଜିଳିରେ କଣ କରିଛନ୍ତି ଶ୍ବେତପତ୍ର ଜାରି କରନ୍ତୁ । ବିଜେପୁରରେ କ’ଣ କାମ କଲେ ଶ୍ୱେତପତ୍ର ଜାରି କରନ୍ତୁ । ପୂର୍ବଥର ନବୀନ ହିଞ୍ଜିଳିକାଟୁ ସହ ବିଜେପୁରରୁ ଲଢ଼ିଥିଲେ ଆଉ ଏଥର ହିଞ୍ଜିଳିକାଟୁ ସହ କଣ୍ଟାବାଞ୍ଜିରୁ ଲଢ଼ିବେ କିନ୍ତୁ ବଲାଙ୍ଗୀର ବିଜେପି ସାଂସଦ ମହାଶୟା ଆପଣଙ୍କୁ କିଛି ପ୍ରଶ୍ନ ପଚାରିଲେ ତାର ଉତ୍ତର ଆପଣ ଦେବେ କି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ? କଣ୍ଟାବାଞ୍ଜିରେ ଏତେ ଦିନ ସରକାରରେ ଥାଇ କଣ ବିକାଶ କରିଛନ୍ତି ଶ୍ୱେତପତ୍ର ଦାବି ଜାରି କରନ୍ତୁ ବୋଲି ଡିମାଣ୍ଡ କରିଛନ୍ତି ଧର୍ମେନ୍ଦ୍ର । ଏଥିସହ କଣ୍ଟାବାଞ୍ଜିରୁ ନବୀନ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ତାଙ୍କ ବିରୋଧରେ ବିଜେପିର ବାଘ ଲଢ଼ୁଛନ୍ତି ଅର୍ଥାତ୍ ଲକ୍ଷ୍ମଣ ବାଗ ପ୍ରାର୍ଥୀ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି ।

ସେହିପରି କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ କଣ ଅନୁଦାନ ଦେଇଛନ୍ତି ତାର ମଧ୍ୟ ହିସାବ ଥୋଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଧର୍ମେନ୍ଦ୍ର । ମୋଦି ପ୍ରତି ଗାଁ ଗାଁକୁ ପାଣି ପାଇଁ ୧୦ ହଜାର କୋଟି ଦେଇଛନ୍ତି । ଠିକାଦାରପ୍ରେମୀ ସରକାର କାହିଁକି ପାଣି ଦେଇ ପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଯିଏ ୨୪ ବର୍ଷ ହେବ ଲୋକଙ୍କୁ ପାଣି ଯୋଗାଇପାରୁନି ସେ ସରକାର କହୁଛି ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଆପଣ କାମ ଦେଇ ପାରୁନାହାନ୍ତି, ପାଣି ଦେଇ ପାରୁନାହାନ୍ତି କିନ୍ତୁ ବିକାଶ କରୁଛନ୍ତି  । ଏଭଳି ଅପାରଗ ସରକାରଙ୍କୁ ଏଥର ଜବାବ୍ ମିଳିବ ।

ମାଗଣାରେ ଚାଉଳ ମୋଦି ସରକାର ଦେଉଛନ୍ତି, କରୋନା ବେଳେ ବିନା ପଇସାରେ ଟୀକା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ଏଥର ଓଡ଼ିଶାରେ ୨୧ଟି ଯାକ ଲୋକସଭା ଆସନ ବିଜେପି ଦଖଲ କରିବା ନେଇ ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର ।ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନିଶାନା ସାଧିଥିବା ବେଳେ ଏଥର ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ନିଶ୍ଚିତ ବୋଲି ହୁଙ୍କାର ଭରିଛନ୍ତି ।ମୋଟାମୋଟି ଆଜି ସୋନପୁରରୁ ହିଁ ଅସଲ ମହାଲଢ଼େଇର ଶୁଭାରମ୍ଭ ହୋଇଛି । ଶାହଙ୍କ ଏହି ଗସ୍ତ ନିଶ୍ଚିତ ଭାବେ ବିଜେପିକୁ ଓଡ଼ିଶାରେ ଫାଇଦା ଦେବ ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧୂଆଁଧାର ଆଟାକ୍ | Argus News