Videos
|
Odisha

ବାର୍ଡ ଫ୍ଲୁ ସଂକ୍ରମଣ ନେଇ ପୁରୀରେ କେନ୍ଦ୍ରୀୟ ଟିମର ବୈଠକ

Ritu Das
Browse all articles by Ritu Das
·1 year ago·1 min read
ବାର୍ଡ ଫ୍ଲୁ ସଂକ୍ରମଣ ନେଇ ପୁରୀରେ କେନ୍ଦ୍ରୀୟ ଟିମର ବୈଠକ

ଅର୍ଗସ ବ୍ୟୁରୋ: ବାର୍ଡ ଫ୍ଲୁ ସଂକ୍ରମଣ ନେଇ ପୁରୀରେ କେନ୍ଦ୍ରୀୟ ଟିମର ବୈଠକ। ସର୍କିଟ ହାଉସ ଠାରେ ଚାଲିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ପ୍ରାଣୀ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନ ଅନୁଧ୍ୟାନ ପରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଚାଲିଥିଲା ଏହି ବୈଠକ। ତେବେ ବୈଠକ ପରେ କେନ୍ଦ୍ରୀୟ ଟିମ୍ ପ୍ରତିକ୍ରିୟା ଦେଇଛନ୍ତି। ଜିଲ୍ଲାରେ ବାର୍ଡ ଫ୍ଲୁ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷ ମାନେ ଚିକେନ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଦଶ କିଲୋମିଟର ବ୍ୟବଧାନ ମଧ୍ୟରେ କୁକୁଡ଼ା ରପ୍ତାନି ଓ ଆମଦାନୀ ଉପରେ କଟକଣା ଜାରୀ ହୋଇଛି। 

ଏଥିପାଇଁ ସଚେତନ ମଧ୍ୟ କରାଯାଉଛି। ପ୍ରାଣୀ ଚିକିତ୍ସା ବିଭାଗ, ବନ ବିଭାଗ, ଜିଲ୍ଲା ପ୍ରଶାସନ ର ଅଧିକାରୀ, ପୋଲିସ ଅଧିକାରୀ, ମେଡିକାଲ୍ ଟିମର ସଦସ୍ୟ ମାନେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏଥିସହ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି। ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ବାର୍ଡ ଫ୍ଲୁ ସଂକ୍ରମଣ କୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ଟିମ୍। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Central team meeting | Argus News